ରାତିରେ ଝିଅମାନେ ବାହାରକୁ ଯିବା ଅନୁଚିତ, ବୟାନକୁ ନେଇ ବିବାଦ ଘେରରେ ମମତା

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ଏବେ ରାଜ୍ୟ ରାଜନୀତି ସହ ବଙ୍ଗଳା ରାଜନୀତି ବି ଥରହର । ଆଉ ଏହି ରାଜନୀତିକୁ ଏବେ ଆହୁରି ଖୋରାକ୍ ଯୋଗଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ । ବିବାଦୀୟ ବୟାନ ଦେଇ ଏବେ ବିବାଦ ଘେରରେ ମମତା । ଯାହାକୁ ନେଇ ଏବେ ଚାରିଆଡେ ଝଡ । ପଶ୍ଚିମବଙ୍ଗରେ ପଡୋଶୀ ରାଜ୍ୟରେ ଛାତ୍ରୀଙ୍କ ପ୍ରତି ଅତ୍ୟାଚାର…

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ଏବେ ରାଜ୍ୟ ରାଜନୀତି ସହ ବଙ୍ଗଳା ରାଜନୀତି ବି ଥରହର । ଆଉ ଏହି ରାଜନୀତିକୁ ଏବେ ଆହୁରି ଖୋରାକ୍ ଯୋଗଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ । ବିବାଦୀୟ ବୟାନ ଦେଇ ଏବେ ବିବାଦ ଘେରରେ ମମତା । ଯାହାକୁ ନେଇ ଏବେ ଚାରିଆଡେ ଝଡ । ପଶ୍ଚିମବଙ୍ଗରେ ପଡୋଶୀ ରାଜ୍ୟରେ ଛାତ୍ରୀଙ୍କ ପ୍ରତି ଅତ୍ୟାଚାର ପରେ ବି ମହିଳା ମୁଖ୍ୟମନ୍ତ୍ରୀ ମମତାଙ୍କ ମୁହଁ ଟାଣ । ନିଜେ କଣ ଆକ୍ସନ ନେବେ ସେକଥା କହିବା ପୂର୍ବରୁ ଓଡ଼ିଶା ପ୍ରତି ଆଙ୍ଗୁଠି ଉଠାଇଛନ୍ତି ।

ଓଡ଼ିଶା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଆକ୍ସନ ନେଇ ମୋତେ ନୁହେଁ ବରଂ ପୋଲିସକୁ ପଚାରିବାକୁ କାଲି ରୋକଠକ୍ କହିଥିଲେ ମମତା । ଖାଲି ସେତିକି ନୁହେଁ ଓଡିଶା ସରକାରଙ୍କୁ ଓଲଟା ପ୍ରଶ୍ନ କରି, ଓଡ଼ିଶାରେ ବି ଏମିତି ଗଣଦୁଷ୍କର୍ମ ମାମଲା ହୋଇଥିଲା କିନ୍ତୁ ସେହି ମାମଲାରେ କି ଆକ୍ସନ ହୋଇଛି ବୋଲି ପ୍ରଶ୍ନ କରିଥିଲେ ଦିଦି । ସେ ଏହା ମଧ୍ୟ କହିଥିଲେ ଜଙ୍ଗଲ ଅଞ୍ଚଳରେ ଘଟଣାଟି ରାତିରେ ଘଟିଥିଲା । ହେଲେ ରାତି ୧୨ଟା ୩୦ରେ ହଷ୍ଟେଲରୁ ଝିଅଟି କେମିତି ବାହାରକୁ ଗଲା ? ଏପରିକି ରାତିରେ ଝିଅମାନେ ବାହାରକୁ ଯିବା ଅନୁଚିତ ବୋଲି କହିଛନ୍ତି ମମତା ବାନାର୍ଜୀ । ଝିଅ ମାନେ ନିଜର ମଧ୍ୟ ଆତ୍ମରକ୍ଷା କରିବା ଦରକାର । ଘରୋଇ ମେଡିକାଲ କଲେଜ ଝିଅଙ୍କ ଦାୟିତ୍ବ ନେବା ଦରକାର । ଝିଅମାନଙ୍କୁ ରାତିରେ ବାହାରକୁ ଛାଡ଼ିବା କଥା ନୁହେଁ ବୋଲି ସଫେଇ ଦେଇଛନ୍ତି ମମତା ।

Leave a Reply

Your email address will not be published. Required fields are marked *