ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଅଭିଯୁକ୍ତଙ୍କୁ ଧରି ଦୁର୍ଗାପୁର ପରାନଗଞ୍ଜ ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ । କେମିତି ସେଦିନ ଘଟଣା ଘଟିଥିଲା ତାହାର ଡେମୋ ଦେଖାଇଛି ଅଭିଯୁକ୍ତ। ଦୁର୍ଗାପୁର ଜଙ୍ଗଲରେ ସିନ ରିକ୍ରିଏଟ କରିଛି ପୋଲିସ ।
ଦୁର୍ଗାପୁର ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଏମାନଙ୍କୁ SDJM କୋର୍ଟରେ ହାଜର କରାଯାଇଥିଲା । ଅଦାଲତ ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଆଜି ପୋଲିସ ଜଣଙ୍କୁ ଉଠାଇ ନେଇ ସିନ ରିକ୍ରିଏଟ କରିଛି । ୩ଜଣ ଛାତ୍ରୀଙ୍କୁ ରାସ୍ତାରୁ ଉଟାଇ ନେଇ ଜଙ୍ଗଲକୁ ଯାଇଥିଲେ । ଏହାପରେ ଆଉ ୨ଜଣ ମିଶି ଦୁଷ୍କର୍ମ କରିଥିଲେ । ୫ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପୋଲିସ ସେମାନଙ୍କଠାରୁ ସବୁ ତଥ୍ୟ ବାହାର କରୁଛି ।
ପୋଲିସ ସୂତ୍ର ଅନୁଯାୟୀ ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ଶଫିକ୍ ଶେଖ୍ ଙ୍କୁ ତାଙ୍କ ଭଉଣୀ ରୋଜିନା ଶେଖ୍ ଙ୍କ ସହାୟତାରେ ଗିରଫ କରାଯାଇଥିଲା। ରୋଜିନା କହିଛନ୍ତି ଯେ, ସେ ତାଙ୍କ ଭାଇଙ୍କୁ ନିଜେ ପୋଲିସ ହାତରେ ଧରେଇଥିଲେ । ଯାହାଦ୍ଵାରା ପୁଅର ଏପରି କାମ ପାଇଁ ତାଙ୍କ ପରିବାରକୁ ଲଜ୍ଜାର ସମ୍ମୁଖୀନ ହେବାକୁ ନପଡ଼େ। ପୋଲିସ ତାଙ୍କୁ ଦୁର୍ଗାପୁରର ଅଣ୍ଡାଳ ବ୍ରିଜ୍ ତଳୁ ଗିରଫ କରିଥିଲା ।
