ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ବୟଫ୍ରେଣ୍ଡ ଗିରଫ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ । ଆସନ୍ତାକାଲି ଗିରଫ ବୟଫ୍ରେଣ୍ଡକୁ କରାଯିବ କୋର୍ଟ ଚାଲାଣ । ଆସାନସୋଲ୍-ଦୁର୍ଗାପୁର ପୋଲିସ କମିଶନରେଟ୍ ପକ୍ଷରୁ ଏନେଇ ସୂଚନା ମିଳିଛି । ଏଯାବତ୍ ବୟଫ୍ରେଣ୍ଡକୁ ମିଶାଇ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି । ପୀଡ଼ିତାଙ୍କ ଅଭିଯୋଗମୁତାବକ ପୁରୁଷ…

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ । ଆସନ୍ତାକାଲି ଗିରଫ ବୟଫ୍ରେଣ୍ଡକୁ କରାଯିବ କୋର୍ଟ ଚାଲାଣ । ଆସାନସୋଲ୍-ଦୁର୍ଗାପୁର ପୋଲିସ କମିଶନରେଟ୍ ପକ୍ଷରୁ ଏନେଇ ସୂଚନା ମିଳିଛି । ଏଯାବତ୍ ବୟଫ୍ରେଣ୍ଡକୁ ମିଶାଇ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ।

ପୀଡ଼ିତାଙ୍କ ଅଭିଯୋଗମୁତାବକ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ସମୟରେ ସେ ଦୁଷ୍କର୍ମ କରିଥିଲେ। କ୍ରମାଗତ ନିର୍ଯାତନା ଦେବା ସହ ଆକ୍ରମଣ କରିଥିଲା ବୋଲି ପୀଡ଼ିତା କହିଛନ୍ତି । ଆଜି  ସକାଳେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛି । ପରୀକ୍ଷା ପାଇଁ ଫରେନ୍‌ସିକ୍ ଲ୍ୟାବ୍‌କୁ ଯାଇଛି ଅଭିଯୁକ୍ତଙ୍କ ପୋଷାକ । ସେପଟେ ସମସ୍ତ ଅଭିଯୁକ୍ତଙ୍କର ମିଛଧରା ପରୀକ୍ଷା ହେବ । ଫଳରେ ପୂରା ଘଟଣା ସାମ୍ନାକୁ ଆସିବ । ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୁରୁଷବନ୍ଧୁକୁ ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ ଦର୍ଶାଇଛି । ଏଥିସହ ଦୁଷ୍କର୍ମ ସମୟରେ ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କ ଉପସ୍ଥିତି ପ୍ରମାଣିତ ହୋଇଛି ବୋଲି ପୁଲିସ ସ୍ପଷ୍ଟ କରିଛି ।

ତେବେ ସାମ୍ବାଦିକ ସମ୍ମିଳନୀ କରି ପୁଲିସ ଘଟଣା ଉପରୁ ପରଦା ହଟାଇଛି। ଏହା ଏକ ଗଣଦୁଷ୍କର୍ମ ନୁହେଁ, ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି ବୋଲି ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନରେଟର ପୋଲିସ କମିଶନର ସୁନୀଲ କୁମାର ଚୌଧୁରୀ କହିଛନ୍ତି। ପୀଡିତାଙ୍କ ବୟାନ ଏବଂ ପ୍ରାରମ୍ଭିକ ଶାରୀରିକ ପ୍ରମାଣ ଆଧାରରେ, ଏହା ପ୍ରମାଣିତ ହୋଇଛି ଯେ କେବଳ ଜଣେ ବ୍ୟକ୍ତି ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ ଏବଂ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛୁ। ମାମଲାରେ ତଦନ୍ତ ଚାଲିଛି ଏବଂ ତଦନ୍ତ ସମୟରେ ଗିରଫ ହୋଇଥିବା ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ବୋଲି କମିଶନର କହିଛନ୍ତି।

Leave a Reply

Your email address will not be published. Required fields are marked *