ବାଜିଲା ନିର୍ବାଚନ ବିଗୁଲ, ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ

ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ । ବିହାର ବିଧାନସଭା ନିର୍ବାଚନ ନେଇ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଦୁଇଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ୱର ୬ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ହେବ । ନଭେମ୍ୱର ୧୪ରେ ଭୋଟ ଗଣତି ଓ ପରିଣାମ ଘୋଷଣା…

ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ନଭେମ୍ବର ୬ରୁ ବିହାର ବିଧାନସଭା ନିର୍ବାଚନ । ବିହାର ବିଧାନସଭା ନିର୍ବାଚନ ନେଇ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଦୁଇଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ୱର ୬ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୧୧ରେ ହେବ । ନଭେମ୍ୱର ୧୪ରେ ଭୋଟ ଗଣତି ଓ ପରିଣାମ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଭୋଟିଂ ହେବ । ସେହିପରି ୧୨୨ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ।​​​​​​​

ବିହାରରେ ପ୍ରାୟ ୭.୪୩ କୋଟି ଭୋଟର ଅଛନ୍ତି ଏବଂ ପ୍ରାୟ ୧୪ ଲକ୍ଷ ଯୁବପିଢ଼ି ପ୍ରଥମ ଥର ପାଇଁ ଭୋଟ ଦେବେ । ସେହିପରି ୧୦୦ ବର୍ଷରୁ ଅଧିକ ବୟସର ୧୪୦୦୦ ଭୋଟର ଅଛନ୍ତି । ମତଦାନ କେନ୍ଦ୍ର ଗ୍ରାଉଣ୍ଡ ଫ୍ଲୋରରେ ରହିବ । ପ୍ରତ୍ୟେକ କେନ୍ଦ୍ରରେ ୮୧୮ ଭୋଟର ରଖିବା ଲକ୍ଷ୍ୟ ରଖାଯାଇଛି । ବିହାରରେ ୪୦ଟି ସଂରକ୍ଷିତ ଆସନ ଅଛି । ସମସ୍ତ ରାଜନୈତିକ ଦଳକୁ ଏସଆଇଆର୍ ପରେ ଚୂଡ଼ାନ୍ତ ଭୋଟର ତାଲିକା ବଣ୍ଟନ କରାଯାଇଛି । ନାମାଙ୍କନ ଦାଖଲ ତାରିଖ ପରେ ପ୍ରକାଶିତ ଭୋଟର ତାଲିକା ଚୂଡ଼ାନ୍ତ ହେବ।

Leave a Reply

Your email address will not be published. Required fields are marked *