ଭୁବନେଶ୍ଵର: ଅଫିସକୁ ଆଉ ମନଇଚ୍ଛା ଆସିପାରିବେ ନାହିଁ ପଞ୍ଚାୟତ କର୍ମଚାରୀ । ଠିକ୍ ସମୟରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍ ଦେବାକୁ ପଡ଼ିବ । ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ପଞ୍ଚାୟତ କର୍ମଚାରୀଙ୍କ ଠାରୁ ବିଡିଓଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା । ପଞ୍ଚାୟତ, ପଞ୍ଚାୟତସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗୁହେବ ବାୟୋମେଟ୍ରିକ ବ୍ୟବସ୍ଥା । ଯଥାଶୀଘ୍ର ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ।
ତେବେ ଏହା ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ଦ୍ଵାରା ସରକାରୀ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କରିଥିଲେ ସରକାର । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭିନ୍ନ ସବୁ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମାବଳୀ ଲାଗୁ ହେବ ବୋଲି କହିଥିଲା ସାଧାରଣ ପ୍ରଶାସନ ବିଭାଗ ।
