ଠକେଇ ଅଭିଯୋଗରେ ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ

ଭୁବନେଶ୍ଵର: ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ୧୨.୪୨ କୋଟି ଟଙ୍କାରୁ ଅଧିକ ଠକେଇ ଏବଂ ଜାଲିଆତି ଅଭିଯୋଗରେ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକଙ୍କ ବାସସ୍ଥାନରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗତକାଲି ଚଢ଼ଉ କରିଥିଲା । ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ…

ଭୁବନେଶ୍ଵର: ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି । ୧୨.୪୨ କୋଟି ଟଙ୍କାରୁ ଅଧିକ ଠକେଇ ଏବଂ ଜାଲିଆତି ଅଭିଯୋଗରେ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକଙ୍କ ବାସସ୍ଥାନରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗତକାଲି ଚଢ଼ଉ କରିଥିଲା ।

ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ ୭ କୋଟି ୪୨ ଲକ୍ଷ ଟଙ୍କା ଦିଲ୍ଲୀପଙ୍କୁ ଦେଇଥିଲେ । ଏହାପରେ ପୁଣିଥରେ ୨ କୋଟି ଟଙ୍କା ନେଇଥିଲେ ଦିଲ୍ଲୀପ । କିନ୍ତୁ ସମ୍ପୃକ୍ତ ଜମିକୁ ଦିଲ୍ଲୀପ ନିଜ ନାଁରେ କରିଥିଲେ । ବିଜୟ ରାଉତ ବାରମ୍ବାର ଟଙ୍କା ମାଗିବା ପରେ ଫେରାଇ ନଥିଲେ ଦିଲ୍ଲୀପ । ଏନେଇ ବିଜୟ ବାଦାମବାଡ଼ି ଥାନାରେ ମାମଲା ରୁଜୁ କରିଥିଲେ । ଏହି ଆଧାରରେ ଗତକାଲିଠାରୁ ଇଓଡବ୍ଲୁ ଅଧିକାରୀ ବିଜେଡି ନେତା ଦିଲ୍ଲୀପ ନାୟକଙ୍କ ଘରେ ଚଢାଉ କରିଥିଲେ। ଆଜି ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *