ବିଜେଡି ନେଲା ବଡ଼ ଆକ୍ସନ, ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର

ଭୂବନେଶ୍ଵର: ବିଜେଡି ନେଲା ବଡ଼ ଆକ୍ସନ । ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ । ନିକଟରେ ସୋସିଆଲ ମିଡିଆ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ । ମହଙ୍ଗା ପଡ଼ିଲା ଧୃତରାଷ୍ଟ୍ର ଓ ଭଣ୍ତ ସନ୍ନ୍ୟାସୀ ଟିପ୍ପଣୀ ଦେବା । ଗୋଟିଏ ପରେ ଗୋଟିଏ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗି ପଡ଼ିଥିଲେ ବିଜେଡି…

ଭୂବନେଶ୍ଵର: ବିଜେଡି ନେଲା ବଡ଼ ଆକ୍ସନ । ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ । ନିକଟରେ ସୋସିଆଲ ମିଡିଆ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ । ମହଙ୍ଗା ପଡ଼ିଲା ଧୃତରାଷ୍ଟ୍ର ଓ ଭଣ୍ତ ସନ୍ନ୍ୟାସୀ ଟିପ୍ପଣୀ ଦେବା । ଗୋଟିଏ ପରେ ଗୋଟିଏ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗି ପଡ଼ିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ନ୍ୟାସୀ ଉପାଖ୍ୟାନ ପରେ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ । ଶ୍ରୀମୟୀ ମିଶ୍ରଙ୍କ ସମେତ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି ଦଳ ।

ନିକଟରେ ବିଜେଡି ମହିଳା ଶାଖାର ସାଧାରଣ ସଂପାଦିକା ଭାବେ ଶ୍ରୀମୟୀଙ୍କୁ ଦାୟିତ୍ବ ମିଳିଥିଲା । ମାତ୍ର ବାରମ୍ବାର ସୋସିଆଲ ମିଡିଆରେ ଦଳ ବିରୋଧୀ ପ୍ରସଙ୍ଗ ଉଠାଇବାରୁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ନିଲମ୍ବନ କରାଯାଇଛି । ଦୀର୍ଘ ଦିନ ଧରି ଚୁପ ଥିବା ଶ୍ରୀମୟୀଙ୍କ ସୋସିଆଲ ମିଡିଆରେ ତେରଛା ବାଣ ମାରିଥିଲେ । ସିଧାସିଧା କୌଣସି ବ୍ୟକ୍ତିବିଶେଷ କିମ୍ୱା ଦଳ ନାମ ନେଇନଥିଲେ ବି ଶ୍ରୀମୟଙ୍କ ପୋଷ୍ଟ ଯୋଗୁଁ ବିଜେଡି ଖପ୍ପା ହୋଇଥିଲା । ଯାହାର ପରିମାଣ ଆଜି ତାଙ୍କୁ ନିଲମ୍ୱିତ କରାଯାଇଛି ।

ସେପଟେ ବିଜେଡିରୁ ସସ୍‌ପେଣ୍ଡ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ । ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍‌ କରି ନାହିଁ କି କରିବି ନାହିଁ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର । ଏକ ବର୍ଷ ଧରି ଦଳରେ ନାହିଁ, ସଦସ୍ୟତା ନବୀକରଣ କରି ନାହିଁ । ସେ ଦଳ ମୋତେ ନିଲମ୍ବନ କରିବା, ଜଗତେ କେବଳ ଜନେ ହସିବେ । ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଶାସନ କରୁଥିବା ନେତା ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍‌ ସେଇଟା ଆପଣ ବିଚାର କରନ୍ତୁ । ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କଲେ ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।

Leave a Reply

Your email address will not be published. Required fields are marked *