ବିଜେପି ପାଳିବ ସେବା ପକ୍ଷ, ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଯାଏଁ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ଵର: ସେବା ପକ୍ଷ ପାଳନ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କର୍ମଶାଳା । କର୍ମଶାଳାରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ । ସେହିପରି ସେବା ପକ୍ଷ ପର୍ଯ୍ୟବେକ୍ଷକ ଅରବିନ୍ଦ ମେନନ ମଧ୍ୟ ଉପସ୍ଥିତ । ମୋଦିଙ୍କ ଜନ୍ମଦିନ ଅବସରରେ ୧୭ରୁ ଅକ୍ଟୋବର ୨ ଯାଏଁ ସେବା ପକ୍ଷ ପାଳନ ହେବ । ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ସୂଚନା…

ଭୁବନେଶ୍ଵର: ସେବା ପକ୍ଷ ପାଳନ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କର୍ମଶାଳା । କର୍ମଶାଳାରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ । ସେହିପରି ସେବା ପକ୍ଷ ପର୍ଯ୍ୟବେକ୍ଷକ ଅରବିନ୍ଦ ମେନନ ମଧ୍ୟ ଉପସ୍ଥିତ । ମୋଦିଙ୍କ ଜନ୍ମଦିନ ଅବସରରେ ୧୭ରୁ ଅକ୍ଟୋବର ୨ ଯାଏଁ ସେବା ପକ୍ଷ ପାଳନ ହେବ । ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ଯାଏ ସେବା ପକ୍ଷ ପାଳିବ ବିଜେପି। ଏହି ଅବସରରେ ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀଙ୍କ ଜୀବନ ଆଧାରିତ ଫଟୋ ପ୍ରଦର୍ଶନୀ ଓ ପୁସ୍ତକ ବଣ୍ଟନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ।

Leave a Reply

Your email address will not be published. Required fields are marked *