Blog

ସରିଲା ନିର୍ବନ୍ଧ, ଏହି ଦିନ ବିବାହ କରିବେ ବିଜୟ-ରଶ୍ମୀକା

ଚେନ୍ନାଇ: ଲୁଚି ଲୁଚି ନିର୍ବନ୍ଧ କରିନେଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅବିନେତା ବିଜୟ ଦେବରକୋଣ୍ଡା । ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ କିମ୍ବା ନିର୍ବନ୍ଧ ସଂକ୍ରାନ୍ତରେ ଘୋଷଣା ହୋଇନାହିଁ।…

SI ପରୀକ୍ଷା କେଳେଙ୍କାରୀ: ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ବ

ଭୁବନେଶ୍ବର: SI ପରୀକ୍ଷା କେଳେଙ୍କାରୀ । ରତ୍ନପ୍ରଭାଙ୍କୁ ତଦନ୍ତ ଦାୟିତ୍ବ  । କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସେହିପରି ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ SP ଅନୀଲ ବେଉରିଆଙ୍କୁ ମଧ୍ୟ ମିଳିଲା ବଡ ଦାୟିତ୍ବ । ସେପଟେ SI ପରୀକ୍ଷା କେଳେଙ୍କାରୀ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ସିଲିକନ ମାଲିକ…

ଦୁର୍ଗା ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ, ଫାଟିଲା ଡ଼ିସିପିଙ୍କୁ ମୁଣ୍ଡ

କଟକ: ଦୁର୍ଗା ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ l କଟକ ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଥିବା ବେଳେ ଡିସିପି ଆହତ ହୋଇଛନ୍ତି l କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ଆହତ ହୋଇଛନ୍ତି l ଝାଞ୍ଜିରମଙ୍ଗଳା ପୂଜା କମିଟିର ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ହୋଇଥିବା ନେଇ ସୂଚନା ମିଳିଛି l ଗୀତ ବଜାଇବାକୁ ବିରୋଧ କରିବାରୁ…

ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା ‘ଶକ୍ତି’, ଏଠାରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ଵର: ସମୁଦ୍ର ମଝିରେ ଦାନା ବାନ୍ଧୁଛି ବାତ୍ୟା । ଆରବ ସାଗରରେ ବାତ୍ୟା ଆଶଙ୍କା । ଉତ୍ତର-ପୂର୍ବ ଆରବ ସାଗରରେ ଗଭୀର ଅବପାତ ସକ୍ରିୟ ଥିବା ବେଳେ, ଏହା ଆଗାମୀ ୧୨ ଘଣ୍ଟାରେ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ। ଫଳରେ ଚଳିତ ବାତ୍ୟା ଋତୁର ପ୍ରଥମ ବାତ୍ୟା ଆଶଙ୍କା ଦେଖାଦେଇଛି । ତେବେ ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଶକ୍ତି’…

କଟକ ଚୌଦ୍ବାର ଜେଲ୍‌ରୁ ୨ କଏଦୀ ଚମ୍ପଟ୍‌ ଘଟଣା: ୨ ୱାର୍ଡର ସସ୍‌ପେଣ୍ଡ୍‌

କଟକ: କଟକ ଚୌଦ୍ବାର ଜେଲ୍‌ରୁ ୨ କଏଦୀ ଚମ୍ପଟ୍‌ ଘଟଣାରେ ୨ ୱାର୍ଡର ସସ୍‌ପେଣ୍ଡ୍‌ । କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର, ଚିଫ୍‌ ୱାର୍ଡର ସସ୍‌ପେଣ୍ଡ୍‌ ହୋଇଥିବା ନେଇ ସୂଚନା ମିଳିଛି । ଅଲଗା ଅଲଗା ସେଲ୍‌ରେ ଥିଲେ ଦୁଇ ଅଭିଯୁକ୍ତ । ଆରିରେ ରଡ୍‌ କାଟି ଜେଲରୁ ବାହାରିଥିଲେ । ବ୍ୟବହାର କରୁଥିବା କମ୍ବଳକୁ ଦଉଡ଼ି କରି ପାଚେରୀ ଡେଇଁଛନ୍ତି । କଟକ ରେଞ୍ଜ୍‌ ଡିଆଇଜିଙ୍କୁ ତଦନ୍ତ ପାଇଁ…

ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ: ଆଇନ ମନ୍ତ୍ରୀ

ପୁରୀ: ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ । E-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ନିର୍ମାଣ କରିବେ ସରକାର । ଶ୍ରଦ୍ଧାଳୁ ଓ ଗବେଷକଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରିବା SJTAର ନିଷ୍ପତ୍ତି । ଏହାମାଧ୍ୟମରେ ମନ୍ଦିର ରେକର୍ଡ, ରୀତିନୀତି,…

ବଢୁଛି ହୀରାକୁଦ ଜଳସ୍ତର, କିନ୍ତୁ ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ କହିଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ l ବଂଶଧାରା ନଦୀ ଛଡ଼ା ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ l କାଶୀନଗର ନିକଟରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି l କାଶୀନଗରରେ ବଂଶଧାରା ୫୫.୨୪ ମିଟରରେ ପ୍ରବାହିତ ହେଉଛି l ଫଳରେ ତଳିଆ ଅଞ୍ଚଳ ପ୍ରଭାବିତ ହେବା ଆଶଙ୍କାରେ ପ୍ରଶାସନ ସଜାଗ୍ ରହିଛି l ହୀରାକୁଦରେ ଜଳସ୍ତର ବଢ଼ୁଛି କିନ୍ତୁ…

ଜେଲରୁ ଚମ୍ପଟ ମାରିଲେ ଦୁଇ କଏଦୀ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ

କଟକ: କଟକ ଚୌଦ୍ବାର ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌ l ଜେଲ୍‌ର ସେଲ୍‌ କାଟି ଫେରାର୍ ହୋଇଯାଇଥିବା ସୂଚନା l ପାଣିକୋଇଲିରେ ପଣ୍ଡା ଆଳଙ୍କାର ଲୁଟ୍‌ ଘଟଣାରେ ଧରାପଡ଼ିଥିଲେ ଦୁଇ କଏଦୀ l ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ l ଲୁଟେରାଙ୍କ ଗୁଳିମାଡ଼ରେ ୨ଜଣଙ୍କର ଜୀବନ ଯାଇଥିଲା l ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ l ସୂଚନା ଅନୁଯାୟୀ,…

ସମାଜରେ ଏବେବି ଅଛନ୍ତି ତାଡ଼କା, ମାରିଚ ଏବଂ ଶୂର୍ପଣଖା ଭଳି ରାକ୍ଷସ: ଯୋଗୀ

ଲକ୍ଷ୍ନୌ: ଗତକାଲି ବିଜୟା ଦଶମୀ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିର ଯାଇ ବିଧି ବିଧାନର ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିରୋଧୀଙ୍କୁ ଧୋଇଛନ୍ତି ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପରିସ୍ଥିତି ବଦଳି ଯାଇଛି, ତଥାପି ଆସୁରିକ ଶକ୍ତି ଏବେ ବି ରହିଛି। ରାମାୟଣ ଏବଂ ମହାଭାରତର କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ…

ସରିଲା ଦଶହରା: ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମାଆ ଦୁର୍ଗା

କଟକ: ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା । ଧରା ପୃଷ୍ଠରେ ଅବତରଣ କରି ପାପର ସଂହାର କଲେ ମା ଦୁର୍ଗେ ଦୁର୍ଗତୀ ନାଶିନୀ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ କଟକ ଦୁର୍ଗା ପୂଜା । ଏବେ ମାଆଙ୍କ ବିଦାୟର ବେଳ । ଭକ୍ତଙ୍କୁ ଆଧ୍ୟାତ୍ମିକ ଚେତନାରେ ଭିଜେଇ ମେଲାଣି ନେଉଛନ୍ତି ମାଆ । ଭାବବିହ୍ୱଳ ପରିବେଶ । ଭକ୍ତ ଆଖିରେ…