Blog

ପୂରଣ ହେଲା ସଂକଳ୍ପ, ମୋଦିଙ୍କ ଜନ୍ମ ଦିବସ ଅବସରରେ ଲାଗିଲା ୭୫ ଲକ୍ଷ ଗଛ

ଭୁବନେଶ୍ଵର: ମୋଦିଙ୍କ ଜନ୍ମ ଦିବସ ଅବସରରେ ୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ ସଫଳ ହୋଛି । ସଂକଳ୍ପ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ଏହି ସଂଖ୍ୟା କୋଟିଏ ପାର୍‌ ହେବା ନେଇ ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସାମୂହିକ ପ୍ରୟାସରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିପାରିଛୁ…

କଳିଙ୍ଗା ଘାଟି ଭୂସ୍ଖଳନ; ମରାମତି ପାଇଁ ଲାଗିବ ୭ ଦିନ

ଜି.ଉଦୟଗିରି: କଳିଙ୍ଗା ଘାଟି ଭୂସ୍ଖଳନ ପରେ ରାସ୍ତା ମରାମତି ପାଇଁ ପ୍ରାୟ ୭ ଦିନ ସମୟ ଲାଗିବ । ମରାମତି ପାଇଁ ନିୟୋଜିତ NHAIର ପ୍ରମୁଖ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡ଼ି ଚଳାଚଳ ବ୍ୟବସ୍ଥା ହେବ । ଏଠି ଏପରି ଭୂସ୍ଖଳନ କେବେ ହୋଇ ନ ଥିଲା । ସ୍ଥିତି ଦେଖିଲା ପରେ ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ଲାଗୁଛି ବୋଲି କହିଛନ୍ତି…

STAର କଟକଣା: ବନ୍ଦ ହେବ ଡିଜେ ଗାଡି

ଭୁବନେଶ୍ଵର:  ଡିଜେ ଗାଡି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)ର କଟକଣା । ମୂଳଢାଞ୍ଚାକୁ ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି କରାଯାଇଛି । ଗାଡିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା ଲାଗିଛି। ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ବେଆଇନ। ସାର୍ବଜନୀନ ସ୍ଥାନରେ…

ଖୋଲିଲା ଟ୍ରମ୍ପଙ୍କ ମୁଖା, ସତ କହିଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ଦାବିର ଅସଲ କଥା କହିଲା ପାକିସ୍ତାନ । ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମାନି ନଥିଲା । ଇଶାକ ଡାର୍ ‘ଯୁଦ୍ଧବିରତି ନେଇ ପ୍ରସ୍ତାବ ଦେଇଥିଲା ଆମେରିକା, କିନ୍ତୁ ଭାରତ ମାନି ନଥିଲା ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ । ଭାରତ କୌଣସି ବି ତୃତୀୟ ପକ୍ଷର…

ଆସୁଛନ୍ତି ମା’: ମଝି ନଈରେ କାହିଁକି ଅଟକି ଯାଇଥିଲା ନାଆ

ଭୁବନେଶ୍ଵର: ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଷୋଡଶ ଉପଚାର…

ବିଶ୍ଵକର୍ମା ଅର୍ଥାତ ବିଶ୍ଵର ରଚୟିତା

ଭୁବନେଶ୍ଵର: ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା। ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ଵକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ । ଆଦି କାଳରେ ବିଶ୍ଵକର୍ମା ତାଙ୍କର ବିଶିଷ୍ଟ ଶିଳ୍ପ ଜ୍ଞାନ ଏବଂ ବିଜ୍ଞାନ ଗୁଣ ଯୋଗୁଁ ଦେବତା ଓ ମାନବ ଦ୍ଵାରା ପୂଜିତ । ବିଶ୍ଵକର୍ମା ଅନ୍ୟ ଅର୍ଥରେ ବିଶ୍ଵର…

୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ: ସ୍ବଂୟ ସେବକରୁ ପ୍ରଧାନ ସେବକ, କୁଟନୀତିର କିଙ୍ଗ, ବିଦେଶ ନୀତିରେ ସେ ବେଷ୍ଟ। ଦେଶର ସବୁଠୁ ଲୋକପ୍ରୀୟ ନେତା…ନରେନ୍ଦ୍ର ଦାମୋଦର ଦାସ ମୋଦି, ଦେଶର ପ୍ରଧାନମନ୍ତ୍ରୀ ମୋଦି। ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ଲଗାଯିବ…

ନୂଆପଡ଼ା ଉପନିର୍ବାଚନ: ବୃଦ୍ଧି ହୋଇଛି ମତଦାନ କେନ୍ଦ୍ର

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ନୂଆପଡ଼ାରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି । ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨ ମତଦାନ କେନ୍ଦ୍ର । ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ସେପ୍ଟେମ୍ବର ୧୫କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର…

ଆସନ୍ତାକାଲିଠୁ ‘ସୁସ୍ଥ ନାରୀ ସଶକ୍ତ ପରିବାର’ କାର୍ଯ୍ୟକ୍ରମ, ଶୁଭାରମ୍ଭ କରିବେ ମୋଦି

ଭୁବନେଶ୍ଵର: କାଲି ମୋଦିଙ୍କ ଜନ୍ମଦିନରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି କାର୍ଯ୍ୟକ୍ରମ ଜରିଆରେ ତିଆରି ହେବ ଡିଜିଟାଲ୍‌ ଡାଟାବେସ୍‌ । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ୨୯ ହଜାର ସ୍କ୍ରିନିଙ୍ଗ ଓ ୩ ହଜାରରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟ କ୍ୟାମ୍ପ୍‌ ହେବ । ସ୍କ୍ରିନିଙ୍ଗ ତଥ୍ୟକୁ ନେଇ ଡିଜିଟାଲ…

ବାଲିହରଚଣ୍ଡି ଗଣଦୁଷ୍କର୍ମ ଘଟଣା, ଦୁଃଖଦ ଘଟଣା କହିଲେ ବିଧାୟିକା

ବ୍ରହ୍ମଗିରି: ବାଲିହରଚଣ୍ଡି ପୀଠରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘଟଣାକୁ ନେଇ ସାରା ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କରିଛି ପୁରୀ ପୋଲିସ । ମୋଟ୍ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ । ଏହାସହ ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି । ସେପଟେ ବ୍ରହ୍ମଗିରି ବାଲିହରଚଣ୍ଡି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା ବୋଲି କହିଛନ୍ତି ବିଧାୟିକା ଉପାସନା…