Blog

ଏଣିକି ମନଇଚ୍ଛା ଆସିପାରିବେ ନାହିଁ ପଞ୍ଚାୟତ କର୍ମଚାରୀ, ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ଵର: ଅଫିସକୁ ଆଉ ମନଇଚ୍ଛା ଆସିପାରିବେ ନାହିଁ ପଞ୍ଚାୟତ କର୍ମଚାରୀ । ଠିକ୍‌ ସମୟରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍‌ ଦେବାକୁ ପଡ଼ିବ । ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ପଞ୍ଚାୟତ କର୍ମଚାରୀଙ୍କ ଠାରୁ ବିଡିଓଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା । ପଞ୍ଚାୟତ, ପଞ୍ଚାୟତସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗୁହେବ ବାୟୋମେଟ୍ରିକ ବ୍ୟବସ୍ଥା । ଯଥାଶୀଘ୍ର ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ । ତେବେ ଏହା…

କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର, ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ଜଳ ଭଣ୍ଡାରର ଜଳସ୍ତର ଅଛି ୬୨୬.୪୧ ଫୁଟ୍ । ଡ୍ୟାମ୍‌ର ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୮୬ ହଜାର ୨୮ କ୍ୟୁସେକ ଜଳ । ସେହିପରି ନିଷ୍କାସନ ହେଉଛି ୪ ଲକ୍ଷ ୨୪ ହଜାର ୧୪୭ କ୍ୟୁସେକ ଜଳ । ପାୱାର ଚ୍ୟାନେଲ ଏବଂ କେନାଲ…

ଟାରିଫ ବିବାଦ ଭିତରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ, ମୋଦିଙ୍କୁ ପ୍ରଶଂସା କରି କହିଲେ…

ନୂଆଦିଲ୍ଲୀ: ଟାରିଫ୍‌କୁ ନେଇ ତିକ୍ତତା ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ । ବଦଳିଲା ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ଆମେରିକାର ସ୍ଵର । ଟ୍ରମ୍ପଙ୍କର ଏକ ସୋସିଆଲ୍ ମିଡିଆରେ ପୋଷ୍ଟରେ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ କି, ଭାରତ ସହ ସମ୍ପର୍କ ପୁଣି ମଜଭୁତ କରିବାକୁ ଆମେରିକା ପ୍ରସ୍ତୁତ ଅଛି କି? ଆଉ ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ମୁଁ ସବୁବେଳେ ପ୍ରସ୍ତୁତ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ପ୍ରବଳ ବନ୍ୟାରେ ଉବୁଟୁବୁ ପଞ୍ଜାବ । ସେପଟେ ରାଜ୍ୟରୁ ଆସିଛି ଆଉ ଏକ ବଡ ଖବର । ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଗତ ୨ ଦିନ ହେଲାଣି ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ଖରାପ ଥିଲା। କିନ୍ତୁ ସେ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର…

ନିଯୁକ୍ତି ହେବେ ୪୫ ହଜାର ଶିକ୍ଷକ, ୬୭୯୪ ପଞ୍ଚାୟତରେ ହେବ ୮୩୫ ମଡେଲ ସ୍କୁଲ

ଭୁବନେଶ୍ଵର: ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଦୁଇଟି କଥା ବଡ଼ ଆହ୍ବାନ । ପ୍ରଥମଟି ହେଲା ଡ୍ରପ୍ ଆଉଟ୍ ଏବଂ ଦ୍ୱିତୀୟଟି ହେଉଛି ଗୁଣାତ୍ମକ ଶିକ୍ଷା । ଉଭୟ କଥା ହେଉଛି ଚିନ୍ତାଜନକ । ତେଣୁ ଡ୍ରପ୍ ଆଉଟ୍ ହାରକୁ ଦୂର କରିବାକୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ପଡ଼ିବ । ତେବେ ଜନଜାତି ବର୍ଗରୁ ବେଶୀ ଡ୍ରପ୍ ଆଉଟ୍ ଦେଖିବାକୁ…

ହାଇ ଆଲର୍ଟରେ ମୁମ୍ବାଇ: ମିଳିଲା ଧମକ, ଆସନ୍ତକାଲି ହେବ ବଡ ବିସ୍ଫୋରଣ

ମୁମ୍ବାଇ: ହାଇ ଆଲର୍ଟରେ ମୁମ୍ବାଇ । ବୋମା ବିସ୍ଫୋରଣରେ ଦୋହଲି ଯିବ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ୩୪ଟି ମାନବ ବୋମା ବିସ୍ଫୋରଣ ହେବ । ଏପରି କିଛି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି । ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ଏହି ଆକ୍ରମଣ ହେବ ବୋଲି ଧମକ ଦେଇଛି ଆତଙ୍କୀ ସଂଗଠନ । ମିଳିଥିବା ସୂଚନା ଅନୁସାରେ, ଲସ୍କର-ଏ-ଜିହାଦୀ ସଂଗଠନ ନାଁରେ ଆସିଛି ଧମକ ପୂର୍ଣ୍ଣ ମେସେଜ୍…

ଓଡ଼ିଶାକୁ ଆସିବ ୬୦୦ ଇ-ବସ୍‌, ସମ୍ବଲପୁରରେ ଗଡିବ ୨୫ଟି

ଭୁବନେଶ୍ଵର: ଓଡ଼ିଶାକୁ ଆସିବ ୬୦୦ e-ବସ୍‌। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପରିବେଶ ସୁରକ୍ଷା ପାଇଁ e-ବସ୍‌ ଅଧିକ ପ୍ରଚଳନ କରିବାକୁ ଯୋଜନା କରାଯାଉଛି। ରାଜ୍ୟରେ ବର୍ତ୍ତମାନ ୧ ହଜାର e-ବସ୍‌ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର ୨୦୦ଟି e-ବସ୍‌ ଆଣିବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଲୋକଙ୍କୁ ଆରାମଦାୟକ ଯାତ୍ରା ସାଙ୍ଗକୁ…

ଉତ୍ତର ଭାରତରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳକା

ବାଲେଶ୍ଵର: ବୈତରଣୀରେ ପୁଣି ଆସିଲା ବନ୍ୟା। ଏଥର ଛୋଟ ଧରଣର ବନ୍ୟା ହୋଇଥିଲେ ବି ବଢ଼ାଇ ଦେଇଛି ଚିନ୍ତା। କାରଣ ଗତ ତିନି ମାସ ମଧ୍ୟରେ ଏହା ବୈତରଣୀରେ ତୃତୀୟ ବନ୍ୟା। ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ପାଣି ବଢ଼ିଥିବାରୁ ପ୍ରଭାବିତ ହୋଇଛନ୍ତି ଭଦ୍ରକ, ବନ୍ତ, ଧାମନଗର ଓ ଭଣ୍ଡାରୀପୋଖରୀ। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ…

ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆ ଦାୟିତ୍ଵ, ବିଜଡି ସଭାନେତ୍ରୀ ଭାବେ ନିୟୋଜିତ କଲେ ଦଳ ସୁପ୍ରିମୋ

ଭୁବନେଶ୍ଵର: ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏଥିସହ ୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକା ମଧ୍ୟ ନିଯୁକ୍ତ ହୋଇଛନ୍ତି । ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ବରିଷ୍ଠ ସାଧାରଣ ସଂପାଦିକା ହୋଇଥିବା ବେଳେ ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା…

କୋମାରେ ଅଭିଜିତ୍ ମଜୁମଦାର, ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି, ନିମୋନିଆରେ ପୀଡ଼ିତ

ଭୁବନେଶ୍ଵର: ବେଳକୁ ବେଳ ବିଗୁଡୁଛି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟବସ୍ଥା । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଘରୋଇ ଡାକ୍ତରଖାନାରେ କୋମାରେ ଥିଲେ ଅଭିଜିତ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଦିଆଗଲା ସୂଚନା । ଗତକାଲି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର…