Blog

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦରଖାସ୍ତ ଆହ୍ଵାନ, ଅକ୍ଟୋବର ୪ ଶେଷ ତାରିଖ

ଭୁବନେଶ୍ଵର: ୩୫ ଓ ୩୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦରଖାସ୍ତ ଆହ୍ୱାନ । ଆଗ୍ରହୀ ପ୍ରଯୋଜକମାନେ ଅକ୍ଟୋବର ୪ ତାରିଖ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ କରିବାକୁ ନିର୍ଦ୍ଦେଶ । ୨୦୨୩ ଓ ୨୦୨୪ ଦୁଇ ବର୍ଷ ପାଇଁ ଦରଖାସ୍ତ ଆହ୍ବାନ କରାଯିବ । ଡିସେମ୍ବର ୩୧ ମଧ୍ୟରେ ସେନ୍ସର ହୋଇଥିବା ଚଳଚ୍ଚିତ୍ର ଆବେଦନ ପାଇଁ…

ଗଣିତ ନ ଆସିବାରୁ ମାଡ଼ ମାରି ଛାତ୍ରୀଙ୍କ ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ

ଭୁବନେଶ୍ଵର: ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟତ୍ରୀ । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ଅଞ୍ଚଳ ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ । ପରିବାର ଲୋକଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି । ସୂଚନା ଅନୁସାରେ, ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଜଣେ…

ମିଲେଟ୍ ଜାତୀୟ ଖାଦ୍ୟରେ ରହିଛି ଅନେକ ଫାଇଦା, ଆପଣଙ୍କ ଖାଦ୍ୟରେ ଆଜି ହିଁ କରନ୍ତୁ ସାମିଲ୍

ଭୁବନେଶ୍ଵର: ଶିଶୁ, କିଶୋର ଏବଂ ବୟସ୍କଙ୍କ ମଧ୍ୟରେ ଆଜିକାଲି ମେଦବହୁଳତା ଏକ ସାଧାରଣ ରୋଗ ଯାହାକି ହୃଦଘାତର ଆଶଙ୍କାକୁ ବଢ଼ାଇଥାଏ । ତେଣୁ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ କିଛି ପରିମାଣର ମିଲେଟ । ଅନୁସନ୍ଧାନ ଅନୁଯାୟୀ, ମିଲେଟ ଖାଇବା ଦ୍ୱାରା ମୋଟ କୋଲେଷ୍ଟ୍ରଲ ୮% ହ୍ରାସ ପାଇବା ସହିତ ନିମ୍ନ ଏବଂ ଅତି ନିମ୍ନ-ଘନତା ବିଶିଷ୍ଟ ଲିପୋପ୍ରୋଟେନ୍, କିମ୍ବା “ଖରାପ କୋଲେଷ୍ଟ୍ରଲ” ଏବଂ ବ୍ଲଡ ପ୍ରେସର…

ବାମନ ଜନ୍ମ: ଆସନ୍ତାକାଲି ୫ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି । ଏଥିପାଇଁ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ପାଇଁ ମନ୍ଦିର ବନ୍ଦ ରହିବ । ସେହିପରି ଗତକାଲି ଗଜପତି ମହାରାଜଙ୍କର ୬୯ ଅଙ୍କ ଆରମ୍ଭ ହେବ । ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ…

ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିର ଅନୁମୋଦନ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ । ପରିଚାଳନା କମିଟି ବୈଠକ ଶେଷ ହେବା ନେଇ ମୁଖ୍ୟ ପ୍ରଶାସକଙ୍କ ସୂଚନା । ବୈଠକରେ ଏକାଧିକ ସବ୍‌କମିଟି ଗଠନ ହୋଇଥିବା ନେଇ ଦେଲେ ସୂଚନା ଦେଳେ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀମନ୍ଦିର ସୁରକ୍ଷା ନେଇ ସବ୍‌କମିଟି ଗଠନ ହୋଇଛି । ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବ୍‌କମିଟି ଗଠନ । ସେବକ…

ବଡ଼ ସଙ୍କେତ ଦେଲେ ଭୂପିନ୍ଦର, ବିଜେଡି ଛାଡ଼ି ହେବେ କି କଂଗ୍ରେସରେ ସାମିଲ!

ଭୁବନେଶ୍ଵର: ବିଜେଡି ଛାଡିବେ କି ଭୂପିନ୍ଦର । ହେଲେଣି କି କଂଗ୍ରେସ ମୁହାଁ । ବରିଷ୍ଠ ନେତାଙ୍କ ମୁହଁରେ କଂଗ୍ରେସର ପ୍ରଶଂସା । ବିଜେଡି ଛାଡ଼ିବା ନେଇ ବଡ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ । କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ । ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ…

ପୁଣି ଚର୍ଚ୍ଚାରେ ନାଗ ଦମ୍ପତ୍ତି: ଅର୍ଚ୍ଚନା ନାଗଙ୍କ ସ୍ଵାମୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ନାଗ ଦମ୍ପତ୍ତି । ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା । ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ । ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରି ମାରିବାକୁ ଉଦ୍ୟମ ଅଭିଯୋଗ। ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା । ସୂଚନା…

ମିସ୍‌ ଟିନ୍‌ ଇଣ୍ଟର୍‌ନ୍ୟାସନାଲ-୨୦୨୫, କାଜିୟା ଲିଜ୍‌ ମେଜୋ ରନର୍‌-ଅପ୍‌

ନୂଆଦିଲ୍ଲୀ: ଅନୁଷ୍ଠିତ ହୋଇଛି ମିସ୍‌ ଟିନ୍‌ ଇଣ୍ଟର୍‌ନ୍ୟାସନାଲ-୨୦୨୫ର ଗ୍ରାଣ୍ଡ୍‌ ଫିନାଲେ । ପ୍ରତିଯୋଗିତାରେ ଭାରତ ସମେତ କାନାଡା, ବୋଟ୍ସୱାନା, କଲମ୍ବିୟା, କ୍ୟୁବା, ଡୋମିନିକାନ୍‌ ଗଣରାଜ୍ୟ, ଫିଜି, ଫ୍ରାନ୍ସ, ଜର୍ମାନୀ, ଜାପାନ, ମେକ୍ସିକୋ, ନାମିବିୟା, ନେଦରଲାଣ୍ଡ୍‌ସ, ପାରାଗୁଏ, ପେରୁ, ଫିଲିପିନ୍ସ, ପୁଏର୍ତ୍ତୋରିକୋ, ରୋମାନିଆ, ସ୍ପେନ୍‌, ଶ୍ରୀଲଙ୍କା, ଆମେରିକା, ଭେନେଜୁଏଲା, ଭିଏତ୍‌ନାମ ଓ ଜିମ୍ବାୱେର ସୁନ୍ଦରୀମାନେ ମଞ୍ଚ ଉପରେ ପ୍ରତିଭା ପ୍ରଦର୍ଶନ କରିଥିଲେ । ମାତ୍ର ସମସ୍ତଙ୍କୁ ପଛରେ ପକାଇ ସ୍ପେନର ସୁନ୍ଦରୀ ଲୋରେନା…

ବିଶ୍ଵ ନଡ଼ିଆ ଦିବସ, ଜାଣନ୍ତୁ ନଡ଼ିଆର ଉପକାରୀ ଫାଇଦା ବିଷୟରେ…

ଭୁବନେଶ୍ଵର: ନଡ଼ିଆ..ଅଳ୍ପ ବହୁତେ ସମସ୍ତେ ସେବନ କରିଥିବେ। କିଛି ଜଣଙ୍କୁ ପଇଡ ପାଣି ପିଇବାକୁ ଭଲ ଲାଗୁଥିବା ବେଳେ ଆଉ କିଛି ଜଣଙ୍କୁ ନଡିଆ ଖାଇବା ପସନ୍ଦ ରହିଥାଏ। ଭାରତ ସମେତ ପ୍ରଶାନ୍ତ ମହାସାଗରର ବିଭିନ୍ନ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୨ ତାରିଖକୁ ବିଶ୍ୱ ନଡ଼ିଆ ବା ନାରିକେଳ ଦିବସ ଭାବେ ପାଳନ କରାଯାଏ। ପ୍ରଥମେ ୨୦୦୯ମସିହାରେ ବିଶ୍ୱ ନଡ଼ିଆ ଦିବସ ଆରମ୍ଭ କରାଯାଇଥିଲା। ନଡ଼ିଆର ଉପକାରିତା ଏବଂ ଗୁରୁତ୍ୱ…

ବଢିଲା ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ପାଇଁ ଆବେଦନ ତାରିଖ, ଜାଣନ୍ତୁ…

ଭୁବନେଶ୍ଵର: ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ମଧ୍ୟ ଏହି ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଥିଲା । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ…