ମଲରେ ପାର୍କିଂ ଫି’ ଆଦାୟ, BMCର ଆଭିମୁଖ୍ୟ ଅସ୍ପଷ୍ଟ

ଭୁବନେଶ୍ଵର: ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ । ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ କହିଲେ BMC କମିଶନର । ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ । ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ । ଏହାକୁ ନେଇ ଅନେକ ବିବାଦୀୟ ନିୟମ, କୋର୍ଟଙ୍କ ରାୟ ରହିଛି…

ଭୁବନେଶ୍ଵର: ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ । ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ କହିଲେ BMC କମିଶନର । ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ । ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ । ଏହାକୁ ନେଇ ଅନେକ ବିବାଦୀୟ ନିୟମ, କୋର୍ଟଙ୍କ ରାୟ ରହିଛି । କିଛି ଲୋକ ବି ପାର୍କିଂର ଅପବ୍ୟବହାର କରିବା ଦୃଷ୍ଟିକୁ ଆସିଛି ବୋଲି କହିଛନ୍ତି BMC କମିଶନର ଚଞ୍ଚଳ ରାଣା ।

ପାର୍କିଂ ଫି’କୁ ନେଇ ବହୁ ହଙ୍ଗାମା ପରେ ୨୦୧୯ ମସିହାରୁ ରାଜଧାନୀର ମଲ୍‌ ଗୁଡ଼ିକରେ ଫି’ ଆଦାୟ ବନ୍ଦ ରହିଥିଲା। ମଲ୍‌ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ପାର୍କିଂ ଫି’ ଆଦାୟକୁ ଅବୈଧ ଦର୍ଶାଇ ବିଡିଏ ଏକ ସର୍କୁଲାର ଜାରି କରିଥିଲା। ଏହାପରେ ଭୁବନେଶ୍ୱରର କୌଣସି ମଲ୍‌ରେ ଆଉ୍‌ ପାର୍କିଂ ଫି’ ଆଦାୟ ହେଲା ନାହିଁ। ହେଲେ ମଲ୍‌ ମାଲିକମାନେ ୮ ଦିନ ହେବ ନୂଆ ଢଙ୍ଗରେ ପାର୍କିଂ ଫି ଆଦାୟ କରୁଛନ୍ତି। ପାର୍କଂ ଚାର୍ଜ ବଦଳରେ ‘ପାର୍କିଂ ଫ୍ୟାସିଲିଏସନ୍‌ ଚାର୍ଜ’ ଲେଖି ପୁରୁଣା ବ୍ୟବସାୟକୁ ଫେରିଛନ୍ତି ବୋଲି କିଛି ଦିନ ତଳେ ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *