ଦେଶର ୧୫ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ: NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସିପି ରାଧାକ୍ରିଷ୍ଣନ । INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ନିର୍ବାଚିତ ହେଲେ ଶ୍ରୀ ରାଧାକ୍ରିଷ୍ଣନ୍ । ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ନିର୍ବାଚିତ ହେଲେ ରାଧାକ୍ରିଷ୍ଣନ । ସୁଦର୍ଶନ ରେଡ୍ଡୀଙ୍କୁ ମିଳିଲା ୩୦୦ ପ୍ରଥମ ପସନ୍ଦ ଭୋଟ । ଫଳାଫଳ ଘୋଷଣା କଲେ ରାଜ୍ୟସଭା ମହାସଚିବ…

ନୂଆଦିଲ୍ଲୀ: NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସିପି ରାଧାକ୍ରିଷ୍ଣନ । INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ନିର୍ବାଚିତ ହେଲେ ଶ୍ରୀ ରାଧାକ୍ରିଷ୍ଣନ୍ । ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ନିର୍ବାଚିତ ହେଲେ ରାଧାକ୍ରିଷ୍ଣନ । ସୁଦର୍ଶନ ରେଡ୍ଡୀଙ୍କୁ ମିଳିଲା ୩୦୦ ପ୍ରଥମ ପସନ୍ଦ ଭୋଟ । ଫଳାଫଳ ଘୋଷଣା କଲେ ରାଜ୍ୟସଭା ମହାସଚିବ ପିସି ମୋଦି । ମୋଟ୍ ୯୮.୨ ପ୍ରତିଶତ ମତଦାନ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୭୮୧ ଥିଲା । ଏଥିରେ ଲୋକସଭାର ୫୪୩ରୁ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୫୪୨ ରହିଥିବା ବେଳେ ରାଜ୍ୟସଭାର ୨୪୫ରୁ ବର୍ତ୍ତମାନ ସଦସ୍ୟ ରହିଛନ୍ତି ୨୩୯ ।  ୭୬୭ ସାଂସଦ ଭୋଟ ଦେଇଥିଲେ । ଅର୍ଥାତ ୯୮.୨ ପ୍ରତିଶତ ମତଦାନ ହୋଇଥିଲା । ୧୫ଟି ଭୋଟ ନାକଚ ହୋଇଥିବା ବେଳେ ୭୫୨ ଖଣ୍ଡ ଭୋଟ ବୈଧ ରହିଥିଲା । ଉପରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ମ୍ୟାଜିକ ନମ୍ବର ୩୭୭ ରହିଥିଲା । ରାଥାକ୍ରିଷ୍ଣନଙ୍କୁ ୪୨୫ ଭୋଟ ମିଳିଥିବା ବେଳେ ସୁଦର୍ଶନଙ୍କୁ ୩୦୦ ଖଣ୍ଡ ଭୋଟ ମିଳିଛି ।

Leave a Reply

Your email address will not be published. Required fields are marked *