ଭୁବନେଶ୍ଵର: ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ଷଷ୍ଠ ଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ଏହି ରିପୋର୍ଟ ଆଗତ କରିଛନ୍ତି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)କୁ ନେଇ CAGରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୨୦୧୮-୨୩ ମଧ୍ୟରେ ୧୧ଟି ନମୁନାଭୁକ୍ତ ITDA ପାଖରେ ଉପଲବ୍ଧ । ୧୭୦୯.୪୭ କୋଟିରୁ ଖର୍ଚ୍ଚ ହୋଇଛି ୧୧୯୦.୦୪ କୋଟି, ଯାହା କେବଳ ୭୦% । ଏହା ITDAଗୁଡ଼ିକର ଖରାପ ଖର୍ଚ୍ଚ ଦକ୍ଷତାକୁ ବୁଝାଉଛି । କୌଣସି ITDA ବାର୍ଷିକ ହିସାବ ପ୍ରସ୍ତୁତ କରି ନଥିବା ଦର୍ଶାଯାଇଛି । ଜେଇ/ଏଇଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ମାର୍ଗଦର୍ଶିକା ଅନୁସାରେ ନଥିଲା । ଜେଇ/ଏଇ ନିଜ ଆକଉଣ୍ଟରୁ ୧୪୮.୭୫ କୋଟି ଅପବ୍ୟବହାର କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ITDA କ୍ଷମତା ବର୍ହିଭୂତ କାର୍ଯ୍ୟ କରିଛି । ପ୍ରଶାସନିକ ଅନୁମୋଦନ ୭୩.୬୦ ଲକ୍ଷ; ମାତ୍ର ସାମଗ୍ରୀ କିଣା ୩.୭୪ କୋଟି । ଅମୃତ ଓ ବସୁଧା ଯୋଜନାରେ ଖର୍ଚ୍ଚ କେବଳ ୮୬% ଦର୍ଶାଇଲେ CAG । ୨୦୧୮-୨୩ ମଧ୍ୟରେ ୩୨୭୯.୫୯ କୋଟିରୁ ଖର୍ଚ୍ଚ ୨୮୦୮.୨୭ କୋଟି । ଏହା ମୋଟ ବ୍ୟୟ ଅଟକଳର କେବଳ ୮୬ ପ୍ରତିଶତ ଉଲ୍ଲେଖ । ୨୩୬ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା, ଶେଷ ହୋଇଛି ୧୬୧ ପ୍ରକଳ୍ପ ।
ତେବେ ସିଏଜି ରିପୋର୍ଟକୁ ନେଇ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ବିଜ୍ଞାପନ ଦେୟ ତ୍ରୁଟି ଧରିଲେ CAG । ସିବିସି ଦର୍କୁ ବିଳମ୍ବରେ କାର୍ଯ୍ୟକାରୀ ଯୋଗୁଁ ୧୨.୧୧ କୋଟି ଅତିରିକ୍ତ ବ୍ୟୟ ହୋଇଛି । ସିବିସି ଦ୍ବାରା ଧାର୍ଯ୍ୟ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଦର୍ ସ୍ଥିର ହୋଇ ନଥିଲା । ୨୦୨୨କୁ ୪ ବର୍ଷ ପୂରିବା ସତ୍ତ୍ବେ ଚିଠା ନୀତି ପ୍ରସ୍ତୁତ ହୋଇ ନ ଥିଲା । ନୀତି ପ୍ରସ୍ତୁତ ହୋଇ ନ ଥିବାରୁ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାରୁ ଦର୍ ମଗାଯାଇଥିଲା । ଫଳରେ ୧୩ଟି ଘରୋଇ ଟିଭି ଚ୍ୟାନେଲ୍ରୁ ଦର୍ ପ୍ରାପ୍ତ ହୋଇଥିଲା । ଯାହା ସିବିସି ଦ୍ବାରା ଧାର୍ଯ୍ୟ ଦର୍ ଠାରୁ ଅଧିକ ଥିଲା । ଫଳରେ ଅଧିକ ୧୨.୧୧ କୋଟି ଦେବାକୁ ପଡ଼ିଲା, ଯାହା ୭୭% ଅତିରିକ୍ତ ଦେୟ ବୋଲି କହିଛନ୍ତି CAG ।
