ପୁଣି ଅସ୍ତବ୍ୟସ୍ତ କରିବ ବର୍ଷା, ଆସୁଛି ଦୁଇ ଦୁଇଟି ଲଘୁଚାପ
ଭୁବନେଶ୍ଵର: ଆସନ୍ତା କାଲିଠୁ ପୁଣି ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ, ଉତ୍ତର ଓ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଆଜି ପାଇଁ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ପୁରୀ,…
