ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି: ମୋଦି

ନୂଆଦିଲ୍ଲୀ: ମଣିପୁର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ମଣିପୁରର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ତ୍ୱେ ଆପଣମାନେ ଏଠାକୁ ଆସିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ‘ମଣି’ ଶବ୍ଦ ରହିଛି । ‘ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର…

ମଣିପୁର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ମଣିପୁର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଣିପୁର ମୁଖ୍ୟ ସଚିବ ପୁନିତ କୁମାର ଗୋୟଲ ଏକ ସାମ୍ବାଦିକ ସମ୍ମିଳନୀ ଏନେଇ ଗତକାଲି ନିଶ୍ଚିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ମଣିପୁର ଗସ୍ତ ଶାନ୍ତି, ବିକାଶର ପଥ ପ୍ରଶସ୍ତ କରିବ। ପ୍ରଧାନମନ୍ତ୍ରୀ ଆଜି ଦିନ ୧୨:୧୫ରେ ମିଜୋରାମର ରାଜଧାନୀ ଆଇଜଲରୁ ମଣିପୁରର ଚୁଡାଚାନ୍ଦପୁରରେ ପହଞ୍ଚିବେ । ମିଜୋରାମର ପ୍ରଥମ ରେଲୱେ ଲାଇନର ଉଦଘାଟନ ପରେ ମଣିପୁର ଯିବେ…

ଦିଲ୍ଲୀ ପୋଲିସକୁ ବଡ ସଫଳତା, ଧରା ପଡିଲେ ୫ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କବ୍‌ଜାରେ ୫ ସନ୍ଦିଗ୍ଧ । ସେମାନଙ୍କ ପାଖରୁ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ସନ୍ଦିଗ୍ଧ ମାନେ ISIS ଷ୍ଟାଇଲ୍‌ରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଥ୍ୟ ଆଧାରରେ ରେଡ୍‌ କରି ସେମାନଙ୍କୁ କାବୁ କରିଛି ପୋଲିସ । ତେବେ ଦିଲ୍ଲୀରୁ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ…

ଦେଶର ୧୫ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ: NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସିପି ରାଧାକ୍ରିଷ୍ଣନ । INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ନିର୍ବାଚିତ ହେଲେ ଶ୍ରୀ ରାଧାକ୍ରିଷ୍ଣନ୍ । ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ନିର୍ବାଚିତ ହେଲେ ରାଧାକ୍ରିଷ୍ଣନ । ସୁଦର୍ଶନ ରେଡ୍ଡୀଙ୍କୁ ମିଳିଲା ୩୦୦ ପ୍ରଥମ ପସନ୍ଦ ଭୋଟ । ଫଳାଫଳ ଘୋଷଣା କଲେ ରାଜ୍ୟସଭା ମହାସଚିବ…

ଆଜି ଉପରାଷ୍ଟ୍ରପତି ନିର୍ବାଚନ, ସକାଳ ୧୦ରୁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ଦେଖୀବାକୁ ମିଳିଛି । ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ VS ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହେବ କଡା ଟକ୍କର…

ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ: ପ୍ରବଳ ବନ୍ୟାରେ ଉବୁଟୁବୁ ପଞ୍ଜାବ । ସେପଟେ ରାଜ୍ୟରୁ ଆସିଛି ଆଉ ଏକ ବଡ ଖବର । ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଗତ ୨ ଦିନ ହେଲାଣି ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ଖରାପ ଥିଲା। କିନ୍ତୁ ସେ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର…

ହାଇ ଆଲର୍ଟରେ ମୁମ୍ବାଇ: ମିଳିଲା ଧମକ, ଆସନ୍ତକାଲି ହେବ ବଡ ବିସ୍ଫୋରଣ

ମୁମ୍ବାଇ: ହାଇ ଆଲର୍ଟରେ ମୁମ୍ବାଇ । ବୋମା ବିସ୍ଫୋରଣରେ ଦୋହଲି ଯିବ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ । ୩୪ଟି ମାନବ ବୋମା ବିସ୍ଫୋରଣ ହେବ । ଏପରି କିଛି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି । ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ଏହି ଆକ୍ରମଣ ହେବ ବୋଲି ଧମକ ଦେଇଛି ଆତଙ୍କୀ ସଂଗଠନ । ମିଳିଥିବା ସୂଚନା ଅନୁସାରେ, ଲସ୍କର-ଏ-ଜିହାଦୀ ସଂଗଠନ ନାଁରେ ଆସିଛି ଧମକ ପୂର୍ଣ୍ଣ ମେସେଜ୍…

ସିଜିମାଳି ବକ୍ସାଇଟ୍ ଖଣି ମାମଲା, ବେଦାନ୍ତର ପ୍ରସ୍ତାବକୁ ସ୍ଥଗିତ ରଖିଲା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଓଡ଼ିଶାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୭୦୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମିକୁ ସିଜିମାଳି ବକ୍ସାଇଟ୍ ଖଣି ପାଇଁ ବ୍ୟବହାର କରିବା ନେଇ ବେଦାନ୍ତର ପ୍ରସ୍ତାବ ଉପକୁ ସ୍ଥଗିତ ରଖିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । ସମ୍ପ୍ରଦାୟ ସମ୍ମତି, କ୍ଷତିପୂରଣ ବନୀକରଣ ଏବଂ ପରିବେଶଗତ ବିପଦ ଉପରେ ସମାଧାନ ହୋଇନଥିବା ନେଇ ସରକାରୀ ରେକର୍ଡରୁ ଜଣାପଡିଛି। ଅଗଷ୍ଟ ୨୫ ତାରିଖରେ ବନ ପରାମର୍ଶଦାତା କମିଟିର ବୈଠକରେ ନିଆଯାଇଥିବା ନିଷ୍ଡତ୍ତି…

GST ହ୍ରାସ, କମିବ ଏହି ସମସ୍ତ ଜିନିଷର ଦର

ନୂଆଦିଲ୍ଲୀ: GST କାଉନସିଲ୍ ବୈଠକରେ ବଡ଼ ନିଷ୍ପତ୍ତି । ଏବେ ସାରାଦେଶରେ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ । ଏବେ GSTରେ କେବଳ ଦୁଇଟି ସ୍ଲାବ୍ ରହିବ। ୧୨ ଓ ୨୮ ପ୍ରତିଶତ ସ୍ଲାବ୍ ବନ୍ଦ କଲେ କେନ୍ଦ୍ର ସରକାର। ଆସନ୍ତା ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ୍। ସୌଖୀନ ଓ ତମାଖୁ ଜାତ ସାମଗ୍ରୀ ଉପରେ ୪୦% ସ୍ଲାବ୍ । ଏବେ…

SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ: SCO ସମ୍ମିଳନୀ ଦ୍ଵିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । କହିଲେ ରକ୍ଷା, ଯୋଗାଯୋଗ ଓ ସୁଯୋଗ SCOର ୩ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍। ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ । ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ। ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ…