ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ; GDPରେ ଅଭିବୃଦ୍ଧି
ନୂଆଦିଲ୍ଲୀ: ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି ପାଇଁ ଗୋଟିଏ ଭଲ ଖବର ଆସିଛି। ଆଶା ଠାରୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଅଧିକ ହୋଇଛି। ପ୍ରଥମ ତ୍ରୈମାସିକରେ ମୋଟ୍ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ୭.୮% । ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ତଥ୍ୟ । ଗତବର୍ଷ ପ୍ରଥମ ତ୍ରୈମାସିକରେ GDP ଗ୍ରୋଥ୍ ରେଟ୍ ୬.୫% ଥିଲା । ପ୍ରଥମ କ୍ବାର୍ଟରେର ୬.୫-୭% ଅଭିବୃଦ୍ଧି ଆକଳନ କରାଯାଇଥିଲା ।…
