ଆନ୍ଦୋଳନରେ ବସିଛନ୍ତି ‘ଆମ ବସ୍‌’ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ । ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍‌ । ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ । ସାମାଜିକ ସୁରକ୍ଷା ବିନା ଗାଡ଼ି ଚଳାଉଛନ୍ତି ଆମ ବସ ଚାଳକମାନେ । ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନାହାଁନ୍ତି…

ଖୁସି ଖବର, ପିଏମ୍‌ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ସରକାର

ଭୁବନେଶ୍ଵର: ପିଏମ୍‌ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ସରକାର । KYC ଅପଡେଟ୍ ଅବଧି ଆଉ ୬ ମାସ ବୃଦ୍ଧି କଲେ ରାଜ୍ୟ ସରକାର । ସିଏମ୍‌ କିଷାନ ହିତାଧିକାରୀ ପିଏମ୍‌ କିଷାନ KYC ଅପଡେଟ୍ କରିପାରିବେ । ସିଏମ୍‌ କିଷାନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି । ସେହିପରି ପିଏମ୍‌ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି…

ଖୁବଶୀଘ୍ର ହେବ ନୂଆ ଭୁବନେଶ୍ବର, ୮୦୦ ଏକରରେ ପ୍ରସ୍ତୁତ ହେବ ଡିପିଆର

ଭୁବନେଶ୍ଵର: ୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନୂଆ ସହର ରୂପରେଖ ପାଇଁ ସିଙ୍ଗାପୁରର ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ସମସ୍ତ ସୁବିଧା କିପରି ରହିପାରିବ ସେନେଇ ଡିପିଆର ପ୍ରସ୍ତୁତ ହେବ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଚିହ୍ନଟ ହୋଇଥିବା ଜାଗାରେ କିଛି ଜଙ୍ଗଲ ଜମି ଓ…

ବିଜେଡିରୁ ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ । ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କଲେ । ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ବଡ ଅଭିଯୋଗ ଆଣିଛନ୍ତି ହରିଶଙ୍କର । ସେ କହିଛନ୍ତି, ଏବେବି ପାଣ୍ଡିଆନ ବିଜେଡିକୁ କବ୍‌ଜା କରି ରଖିଛନ୍ତି । ଅଣଓଡ଼ିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି ଆଉ ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ହରିଶଙ୍କର ଆହୁରି…

ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ଆଶ୍ବିନ କୃଷ୍ଣ ଚତୁର୍ଥୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ । ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ । ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ଣ ପ୍ରାୟ…

କ୍ୟାବିନେଟ୍‌ ବୈଠକ: ୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଭୁବନେଶ୍ୱର ନ୍ୟୁସିଟି ମାଷ୍ଟର ପ୍ଲାନକୁ ମଞ୍ଜୁରୀ ଦେବା ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।   ବୈଠକରେ ମୋଟ ୫ ଟି ବିଭାଗର ୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲ…

ସିଜିମାଳି ବକ୍ସାଇଟ୍ ଖଣି ମାମଲା, ଗଠନ ହେଲା ପୁନର୍ବାସ ଓ ପୁନଃସ୍ଥାପନ କମିଟି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ସିଜିମାଳି ବକ୍ସାଇଟ୍‌ ମାଇନ୍ସ ପ୍ରୋଜେକ୍ଟ ନେଇ କମିଟି ଗଠନ ହୋଇଛି । ବେଦାନ୍ତ ଲିମିଟେଡ୍‌ର ଏହି ପ୍ରୋଜେକ୍ଟ ପାଇଁ ପୁନର୍ବାସ ଓ ପୁନଃସ୍ଥାପନ କମିଟି ଗଠନ ହୋଇଛି । ନ୍ୟାର୍ଯ୍ୟ କ୍ଷତିପୂରଣ ପ୍ରଦାନ ଓ ଜମି ଅଧିଗ୍ରହଣ ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ଗଠନ ହୋଇଛି । କହିରଖୁଛୁ ଯେ, ସିଜିମାଳି ବକ୍ସାଇଟ୍‌ ଖନନ ପାଇଁ ବେଦାନ୍ତ…

ଆସନ୍ତାକାଲି ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଆଶ୍ବିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ । ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ । ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଗୁରୁବାର ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ଣ ପ୍ରାୟ ୫ଟାରୁ…

ସରିଲା ସୁଭଦ୍ରା ସମୀକ୍ଷା ବୈଠକ, ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସୁଭଦ୍ରା’ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ମୃତ ଓ ଜୀବିତ ନେଇ ଆମେ ସ୍ବାସ୍ଥ୍ୟ ବିଭାଗ ତଥ୍ୟକୁ ଗ୍ରହଣ କରିବୁ । ଯୋଗାଣ ବିଭାଗ ଦେଇଥିବା ତଥ୍ୟ ଗ୍ରହଣ କରିବୁ ନାହିଁ । ୨ ଲକ୍ଷ ୮୫ ହଜାର ମହିଳାଙ୍କ କ୍ଷେତ୍ରରେ ଫିଲ୍ଡ ଏନ୍‌କ୍ବାରୀ ହେବ । ୧୫ ହଜାର ମହିଳାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ସ୍ବାସ୍ଥ୍ୟ ବିଭାଗ ପ୍ରାୟ…

ଗଡିଲା ରେଳ, ଅଯୋଧ୍ୟା – ବାରଣାସୀ ଅଭିମୁଖେ ୭୭୫ ଯାତ୍ରୀ

ଭୁବନେଶ୍ଵର: ଆଜି ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଟ୍ରେନ ର ଶୁଭାରମ୍ଭ ହୋଇଛି । ଏଥିରେ ଭୁବନେଶ୍ୱର – ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ୭୭୫ ଯାତ୍ରୀ । ଏହି ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ ଏକ ଦିବ୍ୟ ତଥା ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିଯିବ।ଏହି ଯାତ୍ରା ରେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ପାଇଁ ସେମାନଙ୍କ…