ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା , ଆସନ୍ତା ୧୫ରୁ ଏସଏସଆର

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଏସଆର) କାର୍ଯ୍ୟକାରୀ କରାଯିବ। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏ ନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ନିର୍ଦେଶନାବା ଜାରି ହୋଇଛି ! ତେବେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ SSR । ଉପନିର୍ବାଚନ ପାଇଁ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି…

ହସ୍ପିଟାଲରୁ ଆସିଲା ବଡ ଖବର, ସଙ୍ଗୀତକାର ଅଭିଜିତ ମଜୁମଦାର…

ଭୁବନେଶ୍ଵର: ଓଡିଶାର ଅଗଣିତ ଦର୍ଶକଙ୍କ ପାଇଁ ଆସିଲା ବଡ ଖବର । ବଡ ସୂଚନା ଦେଲେ ଏମ୍ସ କତ୍ତୃପକ୍ଷ । ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁନି ସୁଧାର । ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ଏମ୍‌ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । କ୍ରିଟିକାଲ୍ ଭେଣ୍ଟିଲେଟର ସହଯୋଗରେ ଅଛନ୍ତି ଅଭିଜିତ ମଜୁମଦାର । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା ଚାଲିଛି, ଉନ୍ନତି ଆସିନି । ସୂଚନାଯୋଗ୍ୟ, ଲିଭର ଜନିତ…

ଏଇ ମାସରେ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ!, ଓଡ଼ିଶା ଆସିବେ ମୋଦି

ଭୁବନେଶ୍ଵର: ବୋର୍ଡ ନିଗମ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସୂଚନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏହି ମାସରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତୁ ପ୍ରଭାରୀ । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ଯେତେବେଳେ ମୋଦି ଓଡିଶା ଗସ୍ତରେ ଆସନ୍ତି କିଛି ଦେଇକରି ଯାଇଥାନ୍ତି । ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ସବୁବେଳେ…

ଆନ୍ଦୋଳନରେ ବସିଛନ୍ତି ‘ଆମ ବସ୍‌’ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ । ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍‌ । ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ । ସାମାଜିକ ସୁରକ୍ଷା ବିନା ଗାଡ଼ି ଚଳାଉଛନ୍ତି ଆମ ବସ ଚାଳକମାନେ । ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନାହାଁନ୍ତି…

ଖୁସି ଖବର, ପିଏମ୍‌ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ସରକାର

ଭୁବନେଶ୍ଵର: ପିଏମ୍‌ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ସରକାର । KYC ଅପଡେଟ୍ ଅବଧି ଆଉ ୬ ମାସ ବୃଦ୍ଧି କଲେ ରାଜ୍ୟ ସରକାର । ସିଏମ୍‌ କିଷାନ ହିତାଧିକାରୀ ପିଏମ୍‌ କିଷାନ KYC ଅପଡେଟ୍ କରିପାରିବେ । ସିଏମ୍‌ କିଷାନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି । ସେହିପରି ପିଏମ୍‌ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି…

ଖୁବଶୀଘ୍ର ହେବ ନୂଆ ଭୁବନେଶ୍ବର, ୮୦୦ ଏକରରେ ପ୍ରସ୍ତୁତ ହେବ ଡିପିଆର

ଭୁବନେଶ୍ଵର: ୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନୂଆ ସହର ରୂପରେଖ ପାଇଁ ସିଙ୍ଗାପୁରର ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ସମସ୍ତ ସୁବିଧା କିପରି ରହିପାରିବ ସେନେଇ ଡିପିଆର ପ୍ରସ୍ତୁତ ହେବ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଚିହ୍ନଟ ହୋଇଥିବା ଜାଗାରେ କିଛି ଜଙ୍ଗଲ ଜମି ଓ…

ବିଜେଡିରୁ ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ । ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କଲେ । ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ବଡ ଅଭିଯୋଗ ଆଣିଛନ୍ତି ହରିଶଙ୍କର । ସେ କହିଛନ୍ତି, ଏବେବି ପାଣ୍ଡିଆନ ବିଜେଡିକୁ କବ୍‌ଜା କରି ରଖିଛନ୍ତି । ଅଣଓଡ଼ିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି ଆଉ ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ହରିଶଙ୍କର ଆହୁରି…

ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ଆଶ୍ବିନ କୃଷ୍ଣ ଚତୁର୍ଥୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ । ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ । ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ଣ ପ୍ରାୟ…

କ୍ୟାବିନେଟ୍‌ ବୈଠକ: ୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଭୁବନେଶ୍ୱର ନ୍ୟୁସିଟି ମାଷ୍ଟର ପ୍ଲାନକୁ ମଞ୍ଜୁରୀ ଦେବା ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।   ବୈଠକରେ ମୋଟ ୫ ଟି ବିଭାଗର ୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲ…

ସିଜିମାଳି ବକ୍ସାଇଟ୍ ଖଣି ମାମଲା, ଗଠନ ହେଲା ପୁନର୍ବାସ ଓ ପୁନଃସ୍ଥାପନ କମିଟି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ସିଜିମାଳି ବକ୍ସାଇଟ୍‌ ମାଇନ୍ସ ପ୍ରୋଜେକ୍ଟ ନେଇ କମିଟି ଗଠନ ହୋଇଛି । ବେଦାନ୍ତ ଲିମିଟେଡ୍‌ର ଏହି ପ୍ରୋଜେକ୍ଟ ପାଇଁ ପୁନର୍ବାସ ଓ ପୁନଃସ୍ଥାପନ କମିଟି ଗଠନ ହୋଇଛି । ନ୍ୟାର୍ଯ୍ୟ କ୍ଷତିପୂରଣ ପ୍ରଦାନ ଓ ଜମି ଅଧିଗ୍ରହଣ ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ଗଠନ ହୋଇଛି । କହିରଖୁଛୁ ଯେ, ସିଜିମାଳି ବକ୍ସାଇଟ୍‌ ଖନନ ପାଇଁ ବେଦାନ୍ତ…