ଶେଷ ହେଲା ଗଣେଶ ଉତ୍ସବ, ଦିଲ୍ଲୀର ବିକାଶପୁରୀଠାରେ ମହୋତ୍ସବ ସମାପନ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀସ୍ଥିତ ବିକାଶପୁରୀ ଠାରେ ୨୫ତମ ବାର୍ଷିକ ଗଣେଶ ମହୋତ୍ସବ ମହା ସମାରୋହରେ ସମାପନ ହୋଇଛି । ଗଜାନନଙ୍କ ପୂଜା ଉପଲକ୍ଷେ ଆରାଧନା ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ ସୁନ୍ଦର ଏବଂ ଆକର୍ଷକ ଭାବରେ ସଜ୍ଜା ଯାଇଥିବାର ଦେଖାଯାଇଥିଲା । ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଅପରାହ୍ନରେ ମଙ୍ଗଳ ମୁର୍ତ୍ତିଙ୍କର ପ୍ରତିଷ୍ଠା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ ଦ୍ବାରା ସମ୍ପନ୍ନ କରାଯାଇଥିଲା । ଦିନ…

ଆଜିଠାରୁ ପିତୃପକ୍ଷ, ପୁରୀରେ ପ୍ରବଳ ଭିଡ

ପୁରୀ: ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି। ଶତାଧିକ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି। ଏନେଇ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ସହ…

ଦିଲ୍ଲୀ ଏୟାରଲିପ୍ଟ ହେବେ ଅଭିଜିତ! ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ଵର: ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହୋଇପାରନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବା ନେଇ ଭୁବନେଶ୍ଵର ଏମ୍ସ ସହ ଆଲୋଚନା ଜାରି ରହିଛି । ଡାକ୍ତରୀ ଟିମ୍ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଉଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଟିମ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ନେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ । ସୂଚନା…

ଲାଲ୍ ହେଇଗଲା ଜହ୍ନ, ବିଶ୍ଵ ଦେଖିଲା ଚଳିତବର୍ଷର ଶେଷ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ

ଭୁବନେଶ୍ଵର: ବିଶ୍ଵ ଦେଖିଲା ଚଳିତବର୍ଷର ଦ୍ୱିତୀୟ ତଥା ଶେଷ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ । ସାଢେ ୩ ଘଣ୍ଟା ଧରି ଏହି ମହାଜାଗତିକ ଦୃଶ୍ୟ ଦେଖିଲା ଭାରତ ସମେତ ୫ଟି ଦେଶ । ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇଥିଲା ଏବଂ ରାତି ୧ଟା ୨୭ମିନିଟ୍ ୧୭ ସେକେଣ୍ଡରେ ହେଲା ସର୍ବମୋକ୍ଷ । ଏହି ବ୍ଲଡମୁନ ଭୁବନେଶ୍ବରରୁ ଆରମ୍ଭ କରି ସାରା ଦେଶରେ…

ବଦଳିଲା CPSE- ୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ

ଭୁବନେଶ୍ଵର: ବଦଳିଲା CPSE- ୨୦୨୪ର ତୃତୀୟ ପେପର ପରୀକ୍ଷା ସୂଚୀ । କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍‌ଜାମିନେସନ୍‌ (CPSE)ର ତୃତୀୟ ପେପର ପରୀକ୍ଷା ଆସନ୍ତା ଅକ୍ଟୋବର ୪ରେ ହେବାକୁ ଥିବା ବେଳେ ଅକ୍ଟୋବର ୬କୁ ପରୀକ୍ଷା ଘୁଞ୍ଚିଥିବା ନେଇ ସୂଚନା ମିଳିଛି । ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ । ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ ପରୀକ୍ଷା…

ଚନ୍ଦ୍ରଗ୍ରହଣ: ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: କାଲିର ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳନ ହେବ । ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ । ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ । ରବିବାର ଚନ୍ଦ୍ର ଗ୍ରହଣ ଥିବାରୁ ଏହା ପୂର୍ବ ଦିନ ଅର୍ଥାତ୍ ଆଜି ରାତି ୨ଟାରେ ଶ୍ରୀମନ୍ଦିରରେ ଦ୍ଵାର ଫିଟା ନୀତି ୨ ଟା ୩୦ରେ ଭିତରଶୋଧ, ୨ ଟା ୪୦ରେ…

ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି, ସୂଚନା ଦେଲେ AG ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ଵର: ମହାନଦୀ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି । ଓଡ଼ିଶା ପାଇଁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ । ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି AG ପୀତାମ୍ବର । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଜଣାଇଲୁ । ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି । କାଲି ଦୁଇ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ…

ଓଡିଶା ଲିଟେରାରୀ ଫେଷ୍ଟିଭାଲ ଲେଖକ, ସାହିତ୍ୟିକଙ୍କ ପାଇଁ ଏକ ସୁନ୍ଦର ପ୍ଲାଟ୍‌ଫର୍ମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାର ପ୍ରାଚୀନତା ଓ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିବା ସହ ଭାଷା-ସାହିତ୍ୟ ଓ ଅସ୍ମିତାର ସୁରକ୍ଷା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ ଆଲୋଚନା କରିଛନ୍ତି । ଏହି ସାହିତ୍ୟ ଉତ୍ସବ ଲେଖକ, ସାହିତ୍ୟିକ ଏବଂ ସାହିତ୍ୟ କ୍ଷେତ୍ରରେ ରୁଚି ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ସୁନ୍ଦର…

ଏଣିକି ମନଇଚ୍ଛା ଆସିପାରିବେ ନାହିଁ ପଞ୍ଚାୟତ କର୍ମଚାରୀ, ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ଵର: ଅଫିସକୁ ଆଉ ମନଇଚ୍ଛା ଆସିପାରିବେ ନାହିଁ ପଞ୍ଚାୟତ କର୍ମଚାରୀ । ଠିକ୍‌ ସମୟରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍‌ ଦେବାକୁ ପଡ଼ିବ । ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ପଞ୍ଚାୟତ କର୍ମଚାରୀଙ୍କ ଠାରୁ ବିଡିଓଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା । ପଞ୍ଚାୟତ, ପଞ୍ଚାୟତସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗୁହେବ ବାୟୋମେଟ୍ରିକ ବ୍ୟବସ୍ଥା । ଯଥାଶୀଘ୍ର ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ । ତେବେ ଏହା…

କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର, ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ଜଳ ଭଣ୍ଡାରର ଜଳସ୍ତର ଅଛି ୬୨୬.୪୧ ଫୁଟ୍ । ଡ୍ୟାମ୍‌ର ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୮୬ ହଜାର ୨୮ କ୍ୟୁସେକ ଜଳ । ସେହିପରି ନିଷ୍କାସନ ହେଉଛି ୪ ଲକ୍ଷ ୨୪ ହଜାର ୧୪୭ କ୍ୟୁସେକ ଜଳ । ପାୱାର ଚ୍ୟାନେଲ ଏବଂ କେନାଲ…