ଇତିହାସ ରଚିଲେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା, ଓସ୍କାର ଦୌଡରେ ସାମିଲ ହେଲା ‘ପାପା ବୁକା’ ଫିଲ୍ମ

ଭୁବନେଶ୍ଵର: ଓଡ଼ିଶା ଓ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଗୌରବ ଆଣିଲେ ଓଲିଉଡ ଲୋକପ୍ରିୟ ନିର୍ମାତା ଅକ୍ଷୟ ପରିଜା । ଓସ୍କାର ଦୌଡ଼ରେ ସାମିଲ ହୋଇଛି ଅକ୍ଷୟ ପରିଜାଙ୍କ ‘ପାପା ବୁକା’ । ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ‘ପାପା ବୁକା’ ଜରିଆରେ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି, ପାପୁଆ ନ୍ୟୁ ଗିନି ସହ ଭାରତର ପ୍ରଥମ ସହ-ପ୍ରଡକ୍ସନ ଫିଚର ଫିଲ୍ମ, ଯାହା ୨୦୨୬ ଓସ୍କାର ଏକାଡେମୀ ପୁରସ୍କାରର ଶ୍ରେଷ୍ଠ…

ପୁଣି ଅସ୍ତବ୍ୟସ୍ତ କରିବ ବର୍ଷା, ଆସୁଛି ଦୁଇ ଦୁଇଟି ଲଘୁଚାପ

ଭୁବନେଶ୍ଵର: ଆସନ୍ତା କାଲିଠୁ ପୁଣି ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ, ଉତ୍ତର ଓ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଆଜି ପାଇଁ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେଓଗଡ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ପୁରୀ,…

ସପ୍ଟେମ୍ବର ୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୂବନେଶ୍ଵର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍‌-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରି…

ୟୁ.କେ. ଓଡ଼ିଶା ସମାଜର ୪୬ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ

ନୂଆଦିଲ୍ଲୀ: ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ  ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ଲଣ୍ଡନର ୱର୍କସାୟାର କାଉଁଟି ଅନ୍ତର୍ଗତ ମେଡେନହେଡ୍ ସ୍ଥିତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ଉତ୍ସବସ୍ଥଳକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା । ସମଗ୍ର ପରିବେଷ୍ଟନୀକୁ ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା । ଏଠାରେ…

ସେପ୍ଟେମ୍ବର ୩ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ପ୍ରଥମ ବୈଠକରେ ନୂତନ କମିଟି ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଏକ ସବ କମିଟି ଗଠନ କରାଯିବ । ବୈଠକରେ ଧାଡ଼ି ଦର୍ଶନ ଆବଶ୍ୟକତା ନେଇ ବିସ୍ତୃତ ଭାବେ ଆଲୋଚନା ହେବ । ଧାଡ଼ି ଦର୍ଶନ…

ଦେଶର ବିକାଶ ପାଇଁ SC/STଙ୍କ ଉତ୍‌ଥାନ ଜରୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ଉଦଘାଟିତ ହୋଇଛି ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ । ସମ୍ମିଳନୀର ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି ସମ୍ମିଳନୀରେ ଉପସ୍ଥିତ ଅଛନ୍ତି । ଏଥିରେ ସାରା ଦେଶରୁ ୨୦୦ରୁ ଅଧିକ ପ୍ରତିନିଧି ଉପସ୍ଥିତ ଅଛନ୍ତି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟିର ଜଣେ ଅଧ୍ୟକ୍ଷ, ୫ ଜଣ ସଦସ୍ୟ ଏବଂ ୪ ଜଣ ବିଧାୟକ ଯୋଗ ଦେଇଛନ୍ତି । ସେହିପରି ଅନୁସୂଚିତ…

ଭୁବନେଶ୍ଵରରେ ଓମ୍ ବିର୍ଲା, ଏସସି ଓ ଏସଟି ଜାତୀୟ ସମ୍ମିଳନୀକୁ କରିବେ ଉଦ୍‌ଘାଟନ

ଭୁବନେଶ୍ଵର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେଉଛି ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଆଜି ଓ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଯାଉଛି ଏହି ଜାତୀୟ ସ୍ତରର ସମ୍ମିଳନୀ । ସମ୍ମିଳନୀକୁ ଏଦଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୧୯୯୪ ପରେ ପ୍ରଥମ ଥର ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ…

ସାମ୍ନାକୁ ଆସିଲା ଛାତି ଥରା ଦୃଶ୍ୟ, ପେଟ୍ରୋଲ ଢାଳି ଆଇନଜୀବୀଙ୍କ ଆତ୍ମାହୁତି

ଭୁବନେଶ୍ଵର: ପେଟ୍ରୋଲ ଢାଳି ଆଇନଜୀବୀଙ୍କ ଆତ୍ମାହୁତି । ମଞ୍ଚେଶ୍ବର ଥାନା ପାଣ୍ଡରାରେ ଜଳିଗଲେ ଆଇନଜୀବୀ । ନିଆଁ ଲାଗି ଦେହ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ସୂଚନା । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ବର ଥାନା ପୋଲିସ୍ । ନିଜ ଘର ଛାତ ଉପରେ ଆଇନଜୀବୀ ଜଳି ଯାଇଥିବା ନେଇ ପୋଲିସ୍‌ର ସୂଚନା । ତେବେ ଆଇନଜୀବୀଙ୍କ ଆତ୍ମାହୁତିର କାରଣ କ’ଣ, ତାହା ଏବେ ବି…

ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ କୁକୁର ଗଣନା ଆରମ୍ଭ କରିବ BMC

ଭୁବନେଶ୍ଵର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ କୁକୁର ଗଣନା ଆରମ୍ଭ କରିବ BMC । ଭୋର ସମୟରେ କୁକୁର ଗଣନା କରାଯିବ । ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି । ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି କହିଛନ୍ତି ବିଏମସି କମିସନର ଚଞ୍ଚଳ ରାଣା । କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ । ଏହାର ସବୁ ତଥ୍ୟ ବିଏମସି ପାଖରେ…

ଝୁମୁଛି ପଶ୍ଚିମ ଓଡିଶା: ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ମା’ଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ । ଏହାସହ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବ । ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି…