ଦେଶର ୧୫ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ: NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସିପି ରାଧାକ୍ରିଷ୍ଣନ । INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ନିର୍ବାଚିତ ହେଲେ ଶ୍ରୀ ରାଧାକ୍ରିଷ୍ଣନ୍ । ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ନିର୍ବାଚିତ ହେଲେ ରାଧାକ୍ରିଷ୍ଣନ । ସୁଦର୍ଶନ ରେଡ୍ଡୀଙ୍କୁ ମିଳିଲା ୩୦୦ ପ୍ରଥମ ପସନ୍ଦ ଭୋଟ । ଫଳାଫଳ ଘୋଷଣା କଲେ ରାଜ୍ୟସଭା ମହାସଚିବ…

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

ଭୁବନେଶ୍ଵର: ବିଜେଡି‌ରେ ପୁଣି ହଟଚମଟ। ବିଜେଡିରୁ ଇସ୍ତଫା ଦେଲେ ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମରିକା । ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।…

ଆଜି ଉପରାଷ୍ଟ୍ରପତି ନିର୍ବାଚନ, ସକାଳ ୧୦ରୁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ଦେଖୀବାକୁ ମିଳିଛି । ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ VS ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହେବ କଡା ଟକ୍କର…

ଉପରାଷ୍ଟ୍ରପତି ନିର୍ବାଚନ, ଭାଗ ନେବନି ବିଜେଡି

ଭୁବନେଶ୍ଵର: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିଜେଡି ସାଂସଦମାନେ ବିରତ ରହିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଦିଲ୍ଲୀରୁ ପ୍ରେସମିଟ୍ କରି ସମ୍ଭବତଃ ନବୀନ ଏ ସମ୍ପର୍କରେ ଘୋଷଣା କରିପାରନ୍ତି । ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ । ସି.ପି.…

ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଚାରିଆଡ଼େ ଶୋକର ଛାୟା

ନୂଆପଡ଼ା: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ରାଜେନ୍ଦ୍ର ଢୋଲକିଆ । ହୃଦଘାତର ଶିକାର ହୋଇ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ତେବେ ବର୍ତ୍ତମାନ ତାଙ୍କ ପାର୍ଥୀବ ଶରୀରକୁ ଚେନ୍ନାଇରୁ ଓଡ଼ିଶାକୁ ଅଣାଯାଉଛି । ତାଙ୍କର ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କ…

ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆ ଦାୟିତ୍ଵ, ବିଜଡି ସଭାନେତ୍ରୀ ଭାବେ ନିୟୋଜିତ କଲେ ଦଳ ସୁପ୍ରିମୋ

ଭୁବନେଶ୍ଵର: ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏଥିସହ ୩ ବରିଷ୍ଠ ସାଧାରଣ ସଂପାଦିକା ଓ ୧୨ ସାଧାରଣ ସଂପାଦିକା ମଧ୍ୟ ନିଯୁକ୍ତ ହୋଇଛନ୍ତି । ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ବରିଷ୍ଠ ସାଧାରଣ ସଂପାଦିକା ହୋଇଥିବା ବେଳେ ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା…

SMC ନିର୍ବାଚନ ପାଇଁ ବାଟ ଖୋଲିଲା, ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ: ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା । ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୬ ସପ୍ତାହ ଭିତରେ ବିଜ୍ଞପ୍ତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ । ସଂରକ୍ଷଣ ନିୟମ ଆଧାରରେ ସାନି ବିଜ୍ଞପ୍ତି ପାଇଁ କହିଲେ ହାଇକୋର୍ଟ । ୨୦୧୫ ବିଜ୍ଞପ୍ତିରେ ୱାର୍ଡ ସଂରକ୍ଷଣ ୫୦% ଟପିବାରୁ ବିବାଦ ହୋଇଥିଲା । ୨୦୧୫ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ୍‌ କରି ମାମଲା ହାଇକୋର୍ଟକୁ ଆସିଥିଲା ।…

ବଡ଼ ସଙ୍କେତ ଦେଲେ ଭୂପିନ୍ଦର, ବିଜେଡି ଛାଡ଼ି ହେବେ କି କଂଗ୍ରେସରେ ସାମିଲ!

ଭୁବନେଶ୍ଵର: ବିଜେଡି ଛାଡିବେ କି ଭୂପିନ୍ଦର । ହେଲେଣି କି କଂଗ୍ରେସ ମୁହାଁ । ବରିଷ୍ଠ ନେତାଙ୍କ ମୁହଁରେ କଂଗ୍ରେସର ପ୍ରଶଂସା । ବିଜେଡି ଛାଡ଼ିବା ନେଇ ବଡ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ । କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ । ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ…

ବିଜେପି ପାଳିବ ସେବା ପକ୍ଷ, ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଯାଏଁ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ଵର: ସେବା ପକ୍ଷ ପାଳନ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କର୍ମଶାଳା । କର୍ମଶାଳାରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ । ସେହିପରି ସେବା ପକ୍ଷ ପର୍ଯ୍ୟବେକ୍ଷକ ଅରବିନ୍ଦ ମେନନ ମଧ୍ୟ ଉପସ୍ଥିତ । ମୋଦିଙ୍କ ଜନ୍ମଦିନ ଅବସରରେ ୧୭ରୁ ଅକ୍ଟୋବର ୨ ଯାଏଁ ସେବା ପକ୍ଷ ପାଳନ ହେବ । ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ସୂଚନା…

ମଜବୁତ୍ ହେଉଛି ଭାରତ-ଚୀନ୍ ସମ୍ପର୍କ, ଚିନ୍ତାରେ ଆମେରିକା

ନୂଆଦିଲ୍ଲୀ : ଚୀନର ତିଆନଜିନ୍ ସହରରେ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀ ସମୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୬ ବର୍ଷ ପରେ ଧାନମନ୍ତ୍ରୀ ମୋଦି ଚୀନ ଗସ୍ତ କରିଛନ୍ତି । ଆମେରିକା ସହିତ ଶୁଳ୍କ ଯୁଦ୍ଧ ପରେ, ଭାରତ…