ଘରେ ଘରେ ବାସିଲାଣି ଦ୍ଵିତୀୟା ଘାଣ୍ଟ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି
ଭୁବନେଶ୍ଵର: ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ପ୍ରତ୍ୟେକ ଓଷାବ୍ରତ ଖାଦ୍ୟ ସହିତ ଜଡ଼ିତ ଥିବା ଲକ୍ଷ୍ୟ କରାଯାଏ । ସେହିପରି ଦ୍ୱିତୀୟା ଓଷା (ଦୂତିୟା ଓଷା ବା ଯୁତୀଆ ଓଷା) ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ପାଳନ କରାଯାଏ । ଏହି ଦିନ ଓଷା କରିଥିବା ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଦୂତୀବାହାନଙ୍କୁ ପୂଜା କରିଥାନ୍ତି ।…
