ଆସୁଛନ୍ତି ମା’: ଯୋନି ପୀଠ କାମାକ୍ଷା ମନ୍ଦିର

ଆସାମ୍: ମା’ କାମାକ୍ଷା ଦେବୀ ମନ୍ଦିର ସମଗ୍ର ଭାରତରେ ବେଶ ପ୍ରସିଦ୍ଧ । ଏହି ମନ୍ଦିର ୫୨ ଶକ୍ତିପୀଠ ମଧ୍ୟରୁ ଗୋଟିଏ । ଭାରତର ଲୋକମାନେ ଏହାକୁ ଅଘୋରୀ ଏବଂ ତାନ୍ତ୍ରିକଙ୍କର ଗଡ଼ ବୋଲି ବିବେଚନା କରାଯାଏ । ଭାରତ ଆସାମ ରାଜ୍ୟର ଗୌହାଟି ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ମାତା କାମାକ୍ଷା ଦେବୀଙ୍କର ଏହି ପ୍ରସିଦ୍ଧ ଶକ୍ତିପୀଠ ରହିଛି । ଆସାମ୍, ଗୌହାଟୀର ନୀଳାଚଳ ପର୍ବତ ଉପରେ…

ଆସୁଛନ୍ତି ମା’: ଶକ୍ତିପିଠ ଦେବୀ ବିମଳାଙ୍କ ମନ୍ଦିର

ଭୁବନେଶ୍ଵର: କୁହନ୍ତି ‘ଶକ୍ତି’ ବିନା ‘ଶିବ’ ହେଉଛି ‘ଶବ’। ଅର୍ଥାତ ବ୍ରହ୍ମାଣ୍ଡରେ ଉଭୟ ତତ୍ତ୍ୱର ସମାନ ମହତ୍ତ୍ଵ ଓ ଆବଶ୍ୟକତା ରହିଛି। ଶକ୍ତି ତତ୍ତ୍ୱକୁ ସବୁବେଳେ ନାରୀ ଶକ୍ତି ବା ମାତୃଶକ୍ତି ସହ ଯୋଡା ଯାଇଛି। ଯେମିତି ମା’ ସବୁବେଳେ ତା’ ସନ୍ତାନମାନଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାଏ, ସବୁ ସଙ୍କଟରୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଏ, ସେମିତି ଶକ୍ତି ତତ୍ତ୍ୱ ବା ମାତୃଶକ୍ତି ମଧ୍ୟ ଏ ସ°ସାରକୁ ଘଣ୍ଟ…

ଆଜିଠାରୁ ପିତୃପକ୍ଷ, ପୁରୀରେ ପ୍ରବଳ ଭିଡ

ପୁରୀ: ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି। ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି। ଶତାଧିକ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି। ଏନେଇ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ସହ…

ଚନ୍ଦ୍ରଗ୍ରହଣ: ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: କାଲିର ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳନ ହେବ । ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ । ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ । ରବିବାର ଚନ୍ଦ୍ର ଗ୍ରହଣ ଥିବାରୁ ଏହା ପୂର୍ବ ଦିନ ଅର୍ଥାତ୍ ଆଜି ରାତି ୨ଟାରେ ଶ୍ରୀମନ୍ଦିରରେ ଦ୍ଵାର ଫିଟା ନୀତି ୨ ଟା ୩୦ରେ ଭିତରଶୋଧ, ୨ ଟା ୪୦ରେ…

ଆଜି ମହାପ୍ରଭୁଙ୍କ ବଳିବାମନ ବେଶ, ପାତାଳକୁ ଯିବେ ବଳି ମହାରାଜ

ପୁରୀ: ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ରତ୍ନ ସିଂହାସନରେ ଉଭା ହେବେ ମହାପ୍ରଭୁ । ଶ୍ରୀବଳଭଦ୍ର ରାଜବେଶ ଧାରଣ କରିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶରେ ସଜ୍ଜିତ ହେବେ । ଏହି ବେଶ ଦ୍ବିପହର ଧୂପ ସରିବା ପରେ ଅନୁଷ୍ଠିତ…

ଆଜି ଶ୍ରୀମନ୍ଦିର ସୁନିଆଁ ସହ ବାମନ ଜନ୍ମ ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ସୁନିଆଁ ସହ ବାମନ ଜନ୍ମ ନୀତି ପାଳନ ହେଉଛି। ଏହାସହ ପବିତ୍ରା ଲାଗି, ଇନ୍ଦ୍ରଧ୍ବଜା ପୂଜା ଓ ଗରୁଡ଼ଙ୍କ ପାର୍ଶ୍ବ ପରିବର୍ତ୍ତନ ନୀତି ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ତେଣୁ ସାଧାରଣ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ। ଭଗବାନ ବିଷ୍ଣୁଙ୍କର ୧୦ ଅବତାର…

ବାମନ ଜନ୍ମ: ଆସନ୍ତାକାଲି ୫ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି । ଏଥିପାଇଁ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପାଞ୍ଚ ଘଣ୍ଟା ପାଇଁ ମନ୍ଦିର ବନ୍ଦ ରହିବ । ସେହିପରି ଗତକାଲି ଗଜପତି ମହାରାଜଙ୍କର ୬୯ ଅଙ୍କ ଆରମ୍ଭ ହେବ । ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ…

ଅନନ୍ୟ ପରମ୍ପରା, ମହାଲକ୍ଷ୍ମୀ ପାଳନ୍ତି ‘କୁକ୍କୁଟୀ ବ୍ରତ’

ପୁରୀ: ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ସପ୍ତମୀ ବା ଲଳିତା ସପ୍ତମୀ ତିଥିରେ ‘କୁକ୍କୁଟୀ ବ୍ରତ’ ପାଳିତ ହୁଏ। ଆଜ୍ଞାମାଳ ପାଇ ଶ୍ରୀଦେବୀ ଏହି ବ୍ରତ କରିଥାଆନ୍ତି। ଆଜ୍ଞାମାଳ ପାଇବା ପରେ ସଂପୃକ୍ତ ମହାଜନ ସେବକ ତାଙ୍କୁ ପାଲିଙ୍କିରେ ବିଜେ କରାଇ ମହାଲକ୍ଷ୍ମୀଙ୍କ ମନ୍ଦିରର ବାହାର ମଣ୍ଡପଠାରେ ଖଟଶେଯରେ ବିଜେ କରାନ୍ତି। ସେଠାରେ ତାଙ୍କର ମାଜଣା, ବନକଲାଗି ଓ ବେଶ ହୁଏ । ପୂଜାପଣ୍ଡା ସେବକ ‘କୁକ୍କୁଟୀ ବ୍ରତ କଥା’ ପାଠ…

ଝୁମୁଛି ପଶ୍ଚିମ ଓଡିଶା: ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ନୂଆଁଖାଇରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ମା’ଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ । ଏହାସହ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବ । ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି…

ଆଜି ନୂଆଁଖାଇ, ‘ଡାଲଖାଇ’ ତାଳେ ତାଳେ ଝୁମୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । କଳାହାଣ୍ତି ଠୁ ଆରମ୍ଭ କରି କୋରାପୁଟ ଯାକେ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି ନୂଆଁଖାଇ । ମାନ ଅଭିମାନକୁ ଭୁଲି ସ୍ନେହ ଶ୍ରଦ୍ଧାରେ ଆଜି ସମସ୍ତେ ଏକତ୍ରିତ ହୋଇ ନୂଆ ଖାଇବା ସହ ଏହି ପର୍ବକୁ ପାଳନ କରୁଛନ୍ତି । ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବା ପରେ…