WHO ଅନୁମୋଦନ ବିନା ORS ଲେବଲ୍‌ ବ୍ୟବହାର କରାଯାଇ ପାରିବନି

ନୂଆଦିଲ୍ଲୀ: WHO ଅନୁମୋଦନ ବିନା ORS ଲେବଲ୍‌ ବ୍ୟବହାର କରାଯାଇ ପାରିବନି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ FSSAIର ନିର୍ଦ୍ଦେଶ । ୨୦୨୨ ଜୁଲାଇ ୧୪, ଓ ୨୦୨୪ ଫେବୃଆରୀ ୨ ପୂର୍ବ ଆଦେଶ ବାତିଲ । ବ୍ରାଣ୍ଡ ନାମରେ ORSକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡ଼ିବା ଅନୁମତି ବାତିଲ୍‌ । ଯଦି ORS ଭୁଲ ଭାବେ ବ୍ୟବହୃତ ହୁଏ, ତେବେ ଏହା ବିପଦ…

ନୂଆଦିଲ୍ଲୀ: WHO ଅନୁମୋଦନ ବିନା ORS ଲେବଲ୍‌ ବ୍ୟବହାର କରାଯାଇ ପାରିବନି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ FSSAIର ନିର୍ଦ୍ଦେଶ । ୨୦୨୨ ଜୁଲାଇ ୧୪, ଓ ୨୦୨୪ ଫେବୃଆରୀ ୨ ପୂର୍ବ ଆଦେଶ ବାତିଲ । ବ୍ରାଣ୍ଡ ନାମରେ ORSକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡ଼ିବା ଅନୁମତି ବାତିଲ୍‌ । ଯଦି ORS ଭୁଲ ଭାବେ ବ୍ୟବହୃତ ହୁଏ, ତେବେ ଏହା ବିପଦ ସୃଷ୍ଟି କରିପାରେ । ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ ଓ ନିୟମାବଳୀ କଡ଼ା ଅନୁସରଣ ନିର୍ଦ୍ଦେଶ ।

ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ପ୍ରସ୍ତୁତ ଫର୍ମୂଲା ଅନୁସାରେ ଯଦି ତାହା ପ୍ରସ୍ତୁତ ହୋଇ ନଥାଏ ତେବେ ଓଆରଏସ ଶବ୍ଦ ବ୍ୟବହାର କରାଯାଇ ପାରିବ ନାହିଁ କୁହାଯାଇଛି । ୟୁନିସେଫ ଅନୁସାରେ ଓଆରଏସ ହେଉଛି ଚିନି ଓ ଲୁଣର ଏକ ମିଶ୍ରଣ ଯାହାକୁ ପରିଷ୍କାର ପାଣିରେ ମିଶାଇ ପାନ କରାଯାଇଥାଏ । ଡିହାଇଡ୍ରେସନର ଚିକିତ୍ସା ଲାଗି ଏହା ବ୍ୟବହୃତ ହୋଇଥାଏ। ବିଶେଷ କରି ପିଲାଙ୍କ କ୍ଷେତ୍ରରେ ଏହା ବିଶେଷ ଜରୁରୀ ହୋଇଥାଏ। ପୂର୍ବରୁ ୨୦୨୨ ଜୁଲାଇ ୧୪ ଓ ୨୦୨୪ ଫେବ୍ରୁଆରୀ ୨ରେ କେନ୍ଦ୍ର ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ରାଣ୍ଡ ନେମ୍ କ୍ଷେତ୍ରରେ ଓଆରଏସ ଶବ୍ଦ ପୂର୍ବରୁ ବା ପରେ ଓଆରଏସ ବ୍ୟବହାର ହୋଇପାରିବ ବୋଲି କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଫଳଭିତ୍ତିକ ଓଆରଏସ, ନନକାବ୍ରୋନେଟେଡ ଡ୍ରିଙ୍କସ ଓ ରେଡି-ଟୁ-ଡ୍ରିଙ୍କ ପାନୀୟରେ ଓଆରଏସ ଶବ୍ଦ ବ୍ଯବହୃତ ହୋଇଆସୁଥିଲା। ମାତ୍ର ବର୍ତ୍ତମାନ ତାହା ବାତିଲ ହୋଇଛି।

Leave a Reply

Your email address will not be published. Required fields are marked *