ଭୁବନେଶ୍ଵର: ‘ବାଣିକ’ ନାଁରେ ଅଭିଯୋଗକୁ ଖଣ୍ଡନ କଲେ ମୁଖ୍ୟ ସୁବ୍ରତ ଛାଟୋଇ । ‘ବାଣିକ୍’ର ପୋଲିସ SI ପରୀକ୍ଷା ଘୋଟାଲରେ ସମ୍ପୃକ୍ତି ନାହିଁ ବୋଲି କହିଲେ ସୁବ୍ରତ । ମୁଁ କିମ୍ବା ମୋର କୌଣସି ଷ୍ଟାଫ୍ ଏଥିରେ ସମ୍ପୃକ୍ତ ନାହାନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବାଣିକ୍କୁ ଟାର୍ଗେଟ୍ କରାଯାଉଛି । ଯଦି ପ୍ରମାଣ ଅଛି ମୋତେ ବାନ୍ଧି କୋର୍ଟରେ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ବାଣୀକ ମୁଖ୍ୟ ସୁବ୍ରତ ଛାଟୋଇ ।
ସୁବ୍ରତ ଆହୁରି କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ହେଉ କି CBI, ମୋତେ ଡାକିଲେ ପକ୍ଷ ରଖିବି । ୧୨ ପିଲା ବାଣିକ୍ରେ ପଢ଼ିଥିବା କୁହାଯାଉଛି, ବାସ୍ତବରେ ଏହା ୬ । ଆଉ କିଛି ପିଲା ଡିନାଏଡ୍ ବୋଲି ଲେଖିଥିବା ଦର୍ଶାଯାଇଛି । ଡିନାଏଡ୍ ଅର୍ଥ ବୋଧେ ପୋଲିସ କିଛି ପ୍ରଭାବୀ ଲୋକଙ୍କ ନାଁ ଲୁଚାଉଛି । ତେବେ ଅନେକ କୋଚିଂ ସେଣ୍ଟର ନାଁ ଥିଲା ବେଳେ କେବଳ ବାଣିକ୍କୁ ଟାର୍ଗେଟ୍ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ସୁବ୍ରତ ଛାଟୋଇ ।
ସୂଚନା ଅନୁସାରେ, SI ନିଯୁକ୍ତି ଘୋଟଲା ମାମଲାରେ ଭୁବନେଶ୍ଵରରେ ପ୍ରତିଷ୍ଠିତ ‘ବାଣିକ’ କୋଚିଂ ସେଣ୍ଟର ଉପରେ ଆଜି କ୍ରାଇମବ୍ରାଞ୍ଚ ରେଡ୍ କରିଥିଲା । ଭୁବନେଶ୍ବର ସିଆର୍ପି ଛକରେ ଥିବା ବାଣିକ ସେଣ୍ଟର ଉପରେ ରେଡ୍ ଚାଲିଥିଲା । ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗରେ ହୋଇଥିଲା ଛାନଭିନ୍ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବାଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ନେଇ ସୂଚନା ମିଳିଛି । ବିଜୟନଗର ଯାଉଥିବା ପରୀକ୍ଷାର୍ଥୀଙ୍କ ଭିତରୁ କିଛି ‘ବାଣିକ’ର ଥିଲେ ।
