ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କୁ ଜୋତାମାଡ ଘଟଣାରେ CJI ଜଷ୍ଟିସ୍ ବି.ଆର୍ ଗଭାଇଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ମୋଦି କହିଛନ୍ତି, “ଆଜି ସକାଳେ ସୁପ୍ରିମକୋର୍ଟ ପରିସରରେ ହୋଇଥିବା ଆକ୍ରମଣରେ ପ୍ରତ୍ୟେକ ଭାରତୀୟ କ୍ରୋଧିତ। ଆମ ସମାଜରେ ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ। ଏହା ଅତ୍ୟନ୍ତ ନିନ୍ଦନୀୟ।” ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଏପରି ପରିସ୍ଥିତିରେ ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ଧୈର୍ଯ୍ୟ ପାଇଁ ମୁଁ ତାଙ୍କୁ ପ୍ରଶଂସା କରୁଛି। ଏହା ନ୍ୟାୟର ମୂଲ୍ୟବୋଧ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଆମ ସମ୍ବିଧାନର ଆତ୍ମାକୁ ସୁଦୃଢ଼ କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”
ତେବ ସୁପ୍ରିମକୋର୍ଟ ପରିସରରେ CJIଙ୍କ ଉପରକୁ ଜୋତା ଫିଙ୍ଗିଥିଲେ ଜଣେ ଆଇନ୍ଜୀବୀ । ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର ଗଭଇ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଜୋତା ଫିଙ୍ଗିବାକୁ ଉଦ୍ୟମ କରିବା ସହ ଚିତ୍କାର କରି ରାକେଶ କହିଥିଲେ କି, ‘ସନାତନଙ୍କ ପ୍ରତି ଅପମାନ ସହ୍ୟ କରିବି ନାହିଁ’ । ଆକ୍ରମଣ ଉଦ୍ୟମ ପରେ କୋର୍ଟ କର୍ମଚାରୀମାନେ ତାଙ୍କୁ ପୋଲିସରେ ଜିମା ଦେଇଥିଲେ । ମଧ୍ୟପ୍ରଦେଶର ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ୭ଫୁଟ୍ ଉଚ୍ଚ ମୁଣ୍ଡ କଟା ମୂର୍ତ୍ତିର ପୁନରୁଦ୍ଧାର ଉପରେ ସିଜେଆଇ ଗଭଇଙ୍କ ମନ୍ତବ୍ୟରେ ଆଇନଜୀବୀ ରାକେଶ ବେଶ ଆଘାତ ପାଇଥିଲେ ।
