ଝାରସୁଗୁଡା ଆସୁଛନ୍ତି ମୋଦିି, ସୁରକ୍ଷା ଯାଞ୍ଚ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ । ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମ ସାରି ୧୨ଟା ୪୫ ମିନିଟ୍‌ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ମୋଦି । ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଝାରସୁଗୁଡା: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ । ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । କାର୍ଯ୍ୟକ୍ରମ ସାରି ୧୨ଟା ୪୫ ମିନିଟ୍‌ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ମୋଦି ।

ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିମାନ ବନ୍ଦରରେ ଅବତରଣ ପରେ ପ୍ରଧାନମନ୍ତ୍ରୀ ଅମଲିପାଲିସ୍ଥିତ ପଡ଼ିଆରେ ପହଞ୍ଚି ସେଠାରେ ଆୟୋଜିତ ସେବା ପର୍ବ ଓ ଯୁବ ସମାବେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି କାର୍‌କେଡ୍‌ ରିହର୍ସଲ କରାଯାଇଛି । ବିମାନ ବନ୍ଦରରୁ ଉକ୍ତ କାରକେଡ଼ ବାହାରି ଅଢେଇ କିଲୋମିଟର ଦୂରରେ ଥିବା ଅମଲିପାଲିସ୍ଥିତ ପଡିଆରେ ପହଞ୍ଚିଥିଲା । ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥିବା ସ୍ୱତନ୍ତ୍ର ଗାଡ଼ିକୁ କର୍ଡନ କରି ସଭାସ୍ଥଳରେ ପହଞ୍ଚିଥିଲେ । ପ୍ରଥମ ରିହର୍ସଲରେ ଦେଖାଦେଇଥିବା ସମସ୍ୟା ସୁଧାରିବାକୁ ଦ୍ଵିତୀୟ ଥର କାର୍‌କେଡ୍‌ ରିହର୍ସଲ କରାଯାଇଥିଲା । ଯେଉଁଥିରେ ପୁଣି ଗାଡ଼ିଗୁଡ଼ିକ ଅମଲିପାଲିସ୍ଥିତ ପଡ଼ିଆରୁ ବାହାରି ବିମାନବନ୍ଦର ଯାଇ ସେଠାରୁ ପଡ଼ିଆକୁ ଫେରିଥିଲା ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଝାରସୁଗୁଡ଼ା ସହରରୁ ଗଳି କନ୍ଧି ଏବେ ପୁରା ମୋଦି ମୟ ହୋଇଯାଇଛି । ସବୁଆଡେ ଖାଲି ମୋଦୀଙ୍କ ବେନର ପୋଷ୍ଟର ଓ କଟ ଆଉଟ ରେ ଭର୍ତ୍ତି ହୋଇଛି। ୨୭ ତାରିଖ ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ପରେ ଝାରସୁଗୁଡ଼ା ର ଅମଲିପାଳି ଠାରେ ଏକ ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ସପ୍ତମ ଥର ଓଡ଼ିଶା ଗସ୍ତ । ଏହି ଗସ୍ତ ଏବେ ରାଜନୀତିରେ ପ୍ରଭାବ ପକାଇବ ବୋଲି ଜୋର୍ ଚର୍ଚ୍ଚା ଧରିଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଝାରସୁଗୁଡା ଆସିଛନ୍ତି ମୁଖ୍ୟମନ୍ତ୍ରୀ। । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଫଳ କିପରି ହେବ ପୁରା ଟିକି ନିକି ସମୀକ୍ଷା କରୁଛନ୍ତି ରାଜ୍ୟ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ , ଅତିରିକ୍ତ ଡିଜି,ଉତ୍ତରାଞ୍ଚଳ ଆଇଜି ଓ ଝାରସୁଗୁଡ଼ା ,ବରଗଡ଼ ଓ ସୋନପୁର ଏସପି ।

Leave a Reply

Your email address will not be published. Required fields are marked *