ଆଉ ରହିବନି ରାଜଧାନୀବାସୀଙ୍କ ଚିନ୍ତା, ଏଣିକି ଅଳିଆରୁ ବାହାରିବ ବିଦ୍ୟୁତ

ଭୁବନେଶ୍ଵର: ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ । ବିଏମ୍‌ସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବିଏମ୍‌ସି ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ୍‌ ଅଳିଆ ବାହାରୁଛି । ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଛୁ । ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପାଇଁ ଟେଣ୍ଡର ସରିଛି । ପଳାଶୁଣୀରେ ନିର୍ମାଣ ହେବ ୱେଷ୍ଟ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ…

ଭୁବନେଶ୍ଵର: ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି, ନିର୍ମାଣ ହେବ ପ୍ଲାଣ୍ଟ । ବିଏମ୍‌ସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବିଏମ୍‌ସି ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ୍‌ ଅଳିଆ ବାହାରୁଛି । ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଛୁ । ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପାଇଁ ଟେଣ୍ଡର ସରିଛି । ପଳାଶୁଣୀରେ ନିର୍ମାଣ ହେବ ୱେଷ୍ଟ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ।

ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି। ଆଉ ସେଥିପାଇଁ ନିର୍ମାଣ ହେବ ପ୍ଲାଣ୍ଟ । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଛି। ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ ସେ ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆହୁରି ତତ୍ପର ହୋଇ କାମ କରିବାର ଆବଶ୍ୟକତା ରହିଛି ।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ୍ ଅଳିଆ ବାହାରୁଛି। ଯେଉଁଥିରେ ୪୦୦ ଟନ ଓଦା ଏବଂ ୩୯୦ ଟନ ପାଖାପାଖି ଶୁଖିଲା ଅଳିଆ ବାହାରୁଛି। ଯାହାକୁ ବିଭିନ୍ନ ପଦ୍ଧତିରେ ଡି ସେଣ୍ଟ୍ରାଲାଇଜଡ କରିବା ପାଇଁ ସ୍ୱତନ୍ତ୍ର ଭାବେ  ଏସଏଚଜି ମହିଳା ମାନଙ୍କୁ  ଟ୍ରେନିଙ୍ଗ ଦିଆଯାଇଛି। ସହର ବୃଦ୍ଧି ସାଙ୍ଗକୁ ଅଳିଆ ସମସ୍ୟା ମଧ୍ୟ ବଢୁଛି। ଯାହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ  ୱଷ୍ଟେ ଟୁ ଏନର୍ଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ, ଏବଂ ୱଷ୍ଟେ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ  ନିର୍ମାଣ ପାଇଁ ଚିନ୍ତା କରୁଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ମହାନଗର ନିଗମ ଟେଣ୍ଡେର କରି ସାରିଥିବା ବେଳେ  ୱେଷ୍ଟ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ପାଇଁ ଆମେ ପ୍ରସ୍ତୁତ ହେଉଛୁ। ଏନେଇ ଆମର ଗୋଟିଏ ପ୍ରିଲିମିନାରୀ ଆଲୋଚନା ସରିଛି। ଜାଗା ମଧ୍ୟ ଚିହ୍ନଟ ସରିଛି। ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ତେବେ ଆର୍ଥିକ ଦିଗରୁ  କିଛି ସମସ୍ୟା ଅଛି। ତାର ସମାଧାନ ହୋଇ ସରିଲେ ଆମେ କାମ ଆଗକୁ ବଢ଼େଇବୁ ବୋଲି କହିଛନ୍ତି ବିଏମସି କମିସନର ଚଞ୍ଚଳ ରାଣା। 

Leave a Reply

Your email address will not be published. Required fields are marked *