କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର: କେନ୍ଦୁପତ୍ର ଉପରେ ୧୮%ରୁ ୫%କୁ ଖସିଲା GST

ଭୁବନେଶ୍ଵର: GST ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍‌ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେସମିଟ୍ । କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରେ ପୂର୍ବରୁ GST ୧୮ ପ୍ରତିଶତ ଥିବା ବେଳେ ଏବେ ଏହା ୫ ପ୍ରତିଶତକୁ ହ୍ରାସ ହୋଇଛି । ଏହାଦ୍ଵାରା ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ ଏବଂ କେନ୍ଦୁପତ୍ର ବିକ୍ରି…

ଭୁବନେଶ୍ଵର: GST ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍‌ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେସମିଟ୍ । କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରେ ପୂର୍ବରୁ GST ୧୮ ପ୍ରତିଶତ ଥିବା ବେଳେ ଏବେ ଏହା ୫ ପ୍ରତିଶତକୁ ହ୍ରାସ ହୋଇଛି । ଏହାଦ୍ଵାରା ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ ଏବଂ କେନ୍ଦୁପତ୍ର ବିକ୍ରି ବଢ଼ିବ । କୃଷି ଉପକରଣରେ GST ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ । କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । GSTରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ । ଜିଏସ୍‌ଟି ଛାଡ଼ ଯୋଗୁଁ ଅଧିକ ଲୋକେ ସ୍ବାସ୍ଥ୍ୟବୀମା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦୁ ପତ୍ର ଉପରେ ଟିକସ ୧୮%ରୁ ୫%କୁ ହ୍ରାସ କରିବା ଆଦିବାସୀ ସଂପ୍ରଦାୟ ଓ ଶ୍ରମିକଙ୍କୁ ଲାଭ ଦେବ, ଯାହା ସରକାରୀ କ୍ରୟ ଏଜେନ୍ସି ମାଧ୍ୟମରେ ବିକ୍ରି ବୃଦ୍ଧି କରିବ । କୃଷି ଉପକରଣ ଓ ଯନ୍ତ୍ରପାତି ଉପରେ ଟିକସ ହ୍ରାସ କୃଷକଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବ ଏବଂ ଖାଦ୍ୟ ସୁରକ୍ଷା ବୃଦ୍ଧି କରିବ । ଔଷଧ କ୍ଷେତ୍ରରେ ଟିକସ ହ୍ରାସ ଚିକିତ୍ସାକୁ ସୁଲଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଏହାସହିତ ଲ’କମିଟିର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଦୃଢ଼ଭାବେ ସମର୍ଥନ କରି ସରଳ ଜିଏସଟି ରେଜିଷ୍ଟ୍ରେସନ ଯୋଜନା କ୍ଷୁଦ୍ର ବ୍ୟବସାୟୀ ଓ ଷ୍ଟାର୍ଟଆପଙ୍କ ପାଇଁ ଅନୁପାଳନ ଖର୍ଚ୍ଚ ହ୍ରାସ ଫଳରେ ସେମାନେ ଆନୁଷ୍ଠାନିକ ଅର୍ଥନୀତିରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବ ତଥା ଏହା ଟିକସଦାତା ଓ ସରକାରଙ୍କ ମଧ୍ୟରେ ଦୃଢ଼ ଆସ୍ଥା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

Leave a Reply

Your email address will not be published. Required fields are marked *