ଭୂବନେଶ୍ଵର: ଓଡ଼ିଶା ଭେଇକିଲ୍ ପଲିସି-୨୦୨୫ ପାଇଁ ଆସିଲା ଚିଠା ପ୍ରସ୍ତାବ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ । ୨୦୨୧ ଇଭି ପଲିସି ଅନୁସାରେ ୪ ବର୍ଷରେ ୨୦% ଇଭି ଲକ୍ଷ୍ୟ ଧାର୍ଯ୍ୟ ଥିଲା । ସରକାରୀ ପ୍ରୋତ୍ସାହନ ସତ୍ତ୍ବେ ମାତ୍ର ୯% ଇଭି ଗାଡ଼ି ରାସ୍ତାରେ ଗଡ଼ିଛି । ଲକ୍ଷ୍ୟ ହାସଲ ପାଇଁ ସରକାର ଓଡ଼ିଶା ଭେଇକିଲ୍ ପଲିସି-୨୦୨୫ ଆସିବ । ଓଡ଼ିଶାକୁ ଦେଶର ମଡେଲ୍ ଷ୍ଟେଟ୍ କରିବା ପାଇଁ ପ୍ରସ୍ତୁତ ହୋଇଛି ଡ୍ରାଫ୍ଟ ।
୨୦୩୬ ସୁଦ୍ଧା ୭୦% ଓ ୨୦୪୭ ସୁଦ୍ଧା ୮୦% ଇଭି ଭେଇକିଲ୍ ଗଡ଼ିବା ଲକ୍ଷ୍ୟ ରଖିଛନ୍ତି ସରକାର । ବିଜ୍ଞପ୍ତି ପ୍ରକାଶ ଠାରୁ ୨୦୩୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ପଲିସି ବଳବତ୍ତର ରହିବ । ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ୧୨ ମାସ ଭିତରେ ଇଭି ଗାଡ଼ି ଆପଣାଇବାକୁ ପରାମର୍ଶ । ସ୍ବାସ୍ଥ୍ୟ ଓ ଗୃହ ବିଭାଗକୁ ମଧ୍ୟ ବର୍ଷକ ଭିତରେ ଇଭି ଗାଡ଼ି ପାଇଁ ପରାମର୍ଶ । ସେହିପରି ୩୦ ଦିନ ଭିତରେ ମତାମତ ଦେବାକୁ ଆହ୍ବାନ କଲେ ସରକାର । ଯେକୌଣସି ବ୍ୟକ୍ତି ଡାକ କିମ୍ବା, ctsec.or@od.gov.inରେ ଇମେଲ୍ କରି ନିଜର ମତାମତ ୩୦ ଦିନ ଭିତରେ ପଠାଇପାରିବେ ବୋଲି ସରକାର ଜଣାଇଛନ୍ତି। ଏହି ବିଲ୍ର ବୈଧତା ୨୦୩୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ। ନୀତିର ବିଜ୍ଞପ୍ତି ପ୍ରକାଶ ପାଇବାର ମାସକ ଭିତରେ ପରିଚାଳନା ମାର୍ଗଦର୍ଶିକା ଜାରି କରାଯିବ।
