୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ, ଘାସିରାମ ମାଝୀଙ୍କୁ ମିଳିଲା ନୂଆପଡ଼ା ଦାୟିତ୍ବ

ଭୂବନେଶ୍ଵର: ୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ । ପିସିସି ସଭାପତିଙ୍କ ଅନୁମୋଦନ ପରେ ୩୫ ଜିଲ୍ଲା ସଭାପତିଙ୍କ ନିଯୁକ୍ତି । ଘାସିରାମ ମାଝୀଙ୍କୁ ମିଳିଲା ନୂଆପଡ଼ା ଜିଲ୍ଲାର ଦାୟିତ୍ବ । ପ୍ରକାଶ ଚନ୍ଦ୍ର ଜେନାଙ୍କୁ ଭୁବନେଶ୍ବର ଦାୟିତ୍ବ । ପ୍ରଦୀପ୍ତ କୁମାର ଦାସ କଟକ ଓ ଗିରିବାଳା ବେହେରା କଟକ ସିଟି ସଭାପତି । ଅନୁଗୁଳ ପାଇଁ ସୁନିଲ ପ୍ରଧାନଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର…

ଭୂବନେଶ୍ଵର: ୩୫ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ । ପିସିସି ସଭାପତିଙ୍କ ଅନୁମୋଦନ ପରେ ୩୫ ଜିଲ୍ଲା ସଭାପତିଙ୍କ ନିଯୁକ୍ତି । ଘାସିରାମ ମାଝୀଙ୍କୁ ମିଳିଲା ନୂଆପଡ଼ା ଜିଲ୍ଲାର ଦାୟିତ୍ବ । ପ୍ରକାଶ ଚନ୍ଦ୍ର ଜେନାଙ୍କୁ ଭୁବନେଶ୍ବର ଦାୟିତ୍ବ । ପ୍ରଦୀପ୍ତ କୁମାର ଦାସ କଟକ ଓ ଗିରିବାଳା ବେହେରା କଟକ ସିଟି ସଭାପତି ।

ଅନୁଗୁଳ ପାଇଁ ସୁନିଲ ପ୍ରଧାନଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର ପାଇଁ ସତ୍ୟ ଶିବ ଦାସ, ବରଗଡ ପାଇଁ ହରଦୀପ ସିଂ, ଭଦ୍ରକ ପାଇଁ ନଳିନୀ କାନ୍ତ ମହାନ୍ତି, ଭୁବନେଶ୍ଵର ପାଇଁ ପ୍ରକାଶ ଚାନ୍ଦ ଜେନା, ବଲାଙ୍ଗିର ପାଇଁ ଅନୀଲ ମେହେର, ବୌଦ୍ଧ ପାଇଁ ବିନ୍ଧ୍ୟ ବିନି ସାହୁ, କଟକ ପାଇଁ ପ୍ରଦିପ୍ତ କୁମାର ଦାସ୍, କଟକ ସିଟି ପାଇଁ ଗିରିବାଳା ବେହେରା, ଦେବଗଡ ପାଇଁ ସେମ୍ ହେମ୍ରମ୍, ଢେଙ୍କାନାଳ ପାଇଁ ଛବିରାଜ୍ ବିଶ୍ଵାଳ, ଗଜପତି ପାଇଁ ଦାସରଥି ଗମାଙ୍ଗ, ପୂର୍ବ ଗଞ୍ଜାମ ପାଇଁ ରଶ୍ମୀ ରଞ୍ଜନ ପଟ୍ଟନାୟକ, ପଶ୍ଚିମ ଗଞ୍ଜାମ ପାଇଁ ରମେଶ ଚନ୍ଦ୍ର ଜେନା, ଜଗତସିଂପୁର ପାଇଁ ଦେବପ୍ରସାଦ ନାୟକଙ୍କୁ ସଭାପତି ନିଯୁକ୍ତ କରିଛି କଂଗ୍ରେସ । ସେହିପରି ଯାଜପୁର ପାଇଁ ମାଗୁଣି ବଟକୃଷ୍ଣ ଜେନା, ଝାରସୁଗୁଡା ପାଇଁ ଜୀବନ ସାର୍ଥକ ଦାସ, କଳାହାଣ୍ଡି ପାଇଁ ଜଳନ୍ଦର ନାୟକ, କନ୍ଧମାଳ ପାଇଁ ଚନ୍ଦ୍ର ସେଖର ପରିଡା, କେନ୍ଦ୍ରାପଡା ପାଇଁ ଦେବସ୍ମିତା ଶର୍ମା, କେନ୍ଦୁଝର ପାଇଁ ମନୋଜ କୁମାର ଜେନା, ଖୋର୍ଦ୍ଧା ପାଇଁ ରାଜୀବ କୁମାର ପଟ୍ଟନାୟକ, କୋରାପୁଟ ପାଇଁ ରୁପକ୍ ତୁରୁକ, ମାଲକାନଗିରି ପାଇଁ ଜି. ଶ୍ରୀନିବାସ୍ ରାଓ, ପୂର୍ବ ମୟୁରଭଞ୍ଜ ପାଇଁ ପୂର୍ଣ୍ଣ ଚନ୍ଦ୍ର ବିଶ୍ଵାଳ, ପଶ୍ଚିମ ମୟୁରଭଞ୍ଜ ପାଇଁ ଭୂଷଣ ବିହାରି ସାହୁ, ନବରଙ୍ଗପୁର ପାଇଁ ଲିପିକା ମାଝୀ, ନୟାଗଡ ପାଇଁ ରଞ୍ଜିତ ଦାସ୍, ନୂଆପଡା ପାଇଁ ଘାଷିରାମ୍ ମାଝୀ, ପୁରୀ ପାଇଁ ରାଜେଶ୍ କୁମାର ମିଶ୍ର, ରାୟଗଡା ପାଇଁ ଅପ୍ପଳ ସ୍ଵାମୀ କଦ୍ରାକ, ରାଉରକେଲା ପାଇଁ ସବିର ହୁସେନ୍, ସମ୍ବଲପୁର ପାଇଁ ଅମିତ୍ କୁମାର ଗୁରୁ, ସୁବର୍ଣ୍ଣପୁର ପାଇଁ ବିନୋଦ ପାତ୍ର, ସୁନ୍ଦରଗଡ ପାଇଁ ନିର୍ମଳ ଚନ୍ଦ୍ର ନାୟକଙ୍କୁ ସଭାପତି ଘୋଷଣା କରିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *