ପୁଣି ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ, ଶାନ୍ତି ପାଇଁ କମିଶନରେଟ ପୋଲିସର ଅପିଲ

କଟକ: କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି । କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ୪୨ ମଉଜା…

କଟକ: କଟକ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି । କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ୪୨ ମଉଜା ଅଞ୍ଚଳରେ ଏହି ପ୍ରତିବନ୍ଧ ଲାଗୁ କରାଯାଇଛି । ସେହିପରି କଟକ ସହରରେ ଆଜି ଦିନ ୧୦ଟା ଯାଏଁ ବଳବତ୍ତର ରହିବ କର୍ଫ୍ୟୁ । ଯଦି ପରିସ୍ଥିତିରେ ସୁଧାର ନ ଆସେ ତେବେ କର୍ଫ୍ୟୁ ବଢାଯିବା ନେଇ ସୂଚନା ରହିଛି ।

ସେପଟେ ଅଚାନକ କର୍ଫ୍ୟୁ ଯୋଗୁଁ ସିଲଭର ସିଟିରେ ଜୀବନ ଠପ୍ । ହେଲ୍ଥ ହବକୁ ଚିକିତ୍ସା ପାଇଁ ଆସି ରୋଗୀ ହଟହଟା ।ଇଣ୍ଟରନେଟ୍ ବନ୍ଦ ଯୋଗୁ ହେଉନି ରୋଗୀଙ୍କ ଆଡମିଶନ୍ । ପେସେଣ୍ଟଙ୍କୁ ଫେରାଉଛନ୍ତି ଘରୋଇ ହସ୍ପିଟାଲ ବଡ଼ ଡାକ୍ତରଖାନାରୁ ବସଷ୍ଟାଣ୍ଡ, ସବୁଠି ଲୋକେ ହନ୍ତସନ୍ତ । ଏହାରିଭିତରେ ବିଳମ୍ବିତ ରାତିରେ ଦରଘାବଜାରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ RDC । ପୋଲିସ କମିଶନରଙ୍କ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ RDC । ସ୍ଥିତି ଅନୁଧ୍ୟାନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୋଲିସ କମିଶନର କହିଛନ୍ତି, “ଏବେ କଟକ ସହରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଅଛି, କୌଣସି ଅପ୍ରୀତିକର ଘଟଣା ଘଟିନି । ଉପଦ୍ରବର କୌଣସି ଚିହ୍ନ ନାହିଁ, ଆମେ ସ୍ଥିତି ଅନୁଧ୍ୟାନ କରୁଛୁ । ଉପଦ୍ରବ କରିବାକୁ ଚେଷ୍ଟା କଲେ ଦୃଢ଼ ହସ୍ତରେ ଦମନ କରାଯିବ । ଯଦି ଏଭଳି ଶାନ୍ତି ରହିଲା ତେବେ କର୍ଫ୍ୟୁ ବଢ଼ାଇବା ଦରକାର ହେବନି” ହେବନି ବୋଲି କହିଛନ୍ତି ପୋଲିସ କମିଶନର ।

Leave a Reply

Your email address will not be published. Required fields are marked *