କାଠମାଣ୍ଡୁ: ହିଂସାଗ୍ରସ୍ତ ନେପାଳର ରାଜଧାନୀ କାଠମାଣ୍ଡୁରେ ସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଜାରି ରହିଛି। ନେତାମାନେ ଭୟରେ ଆତ୍ମଗୋପନ କରିଥିବା ବେଳେ ସରକାରୀ ଅଧିକାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଉ ଏହାରି ଭିତରେ ଭାଙ୍ଗିଛି ନେପାଲ ସଂସଦ । ନେପାଲ ସଂସଦ ଭାଙ୍ଗିଛନ୍ତି ରାଷ୍ଟ୍ରପତି । ଏଥିସହ ପରବର୍ତ୍ତୀ ସାଧାରଣ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା ୨୦୨୬ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅନ୍ୟପଟେ GEN-Z ଆନ୍ଦୋଳନ ପରେ ଗତକାଲି ଶପଥ ଗ୍ରହଣ କରିଥିଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ।
ସୂଚନାଯୋଗ୍ୟ, ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନକୁ ନେଇ ଗତ ୮ ତାରିଖରେ ରାଜଧାନୀ କାଠମାଣ୍ଡୁରେ ଜୋରଦାର ପ୍ରତିବାଦ କରିଥିଲେ ଜେନ-ଜି । ପରେ ଏହା ଭୟଙ୍କର ଆନ୍ଦୋଳନର ରୂପ ନେଇଥିଲା । ସଂସଦ ଭବନ ସହ ବିଭିନ୍ନ ସରକାରୀ ଭବନ ଜାଳିଦେଇଥିଲେ ବୋକ୍ଷୋଭକାରୀ । ଭୀଷଣ ପତିବାଦରେ ଶେଷରେ ମାତ୍ର ୪ ଦିନରେ ଭାଙ୍ଗିଥିଲା ସରକାର । ଏହାପରେ ଅଶାନ୍ତ ନେପାଳର ମଙ୍ଗ ଧରିଥିଲେ ସୁଶୀଳା କାର୍କି । ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଗତକାଲି ସୁଶୀଳା କାର୍କି ଶପଥ ନେଇଥିଲେ । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ ତାଙ୍କର ଶପଥ ପାଠ କରାଇଥିଲେ ।
