ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା ‘ଶକ୍ତି’, ଏଠାରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ଵର: ସମୁଦ୍ର ମଝିରେ ଦାନା ବାନ୍ଧୁଛି ବାତ୍ୟା । ଆରବ ସାଗରରେ ବାତ୍ୟା ଆଶଙ୍କା । ଉତ୍ତର-ପୂର୍ବ ଆରବ ସାଗରରେ ଗଭୀର ଅବପାତ ସକ୍ରିୟ ଥିବା ବେଳେ, ଏହା ଆଗାମୀ ୧୨ ଘଣ୍ଟାରେ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ। ଫଳରେ ଚଳିତ ବାତ୍ୟା ଋତୁର ପ୍ରଥମ ବାତ୍ୟା ଆଶଙ୍କା ଦେଖାଦେଇଛି । ତେବେ ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଶକ୍ତି’…

ଭୁବନେଶ୍ଵର: ସମୁଦ୍ର ମଝିରେ ଦାନା ବାନ୍ଧୁଛି ବାତ୍ୟା । ଆରବ ସାଗରରେ ବାତ୍ୟା ଆଶଙ୍କା । ଉତ୍ତର-ପୂର୍ବ ଆରବ ସାଗରରେ ଗଭୀର ଅବପାତ ସକ୍ରିୟ ଥିବା ବେଳେ, ଏହା ଆଗାମୀ ୧୨ ଘଣ୍ଟାରେ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ । ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ। ଫଳରେ ଚଳିତ ବାତ୍ୟା ଋତୁର ପ୍ରଥମ ବାତ୍ୟା ଆଶଙ୍କା ଦେଖାଦେଇଛି । ତେବେ ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଶକ୍ତି’ । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବ ‘ଶକ୍ତି’ । ‘ଶକ୍ତି’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା । ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ରହିବ ନାହିଁ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହି ଭୀଷଣ ବାତ୍ୟା ଆସନ୍ତାକାଲି ସୁଦ୍ଧା ଓମାନ୍ କିମ୍ୱା ୟେମେନ୍ ମୁହାଁ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଉତ୍ତରପୂର୍ବ ଆରବସାଗରରେ କେନ୍ଦ୍ରୀଭୂତ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଦ୍ୱାରକାଠାରୁ ୨୪୦ ଏବଂ ପୋରବନ୍ଦରଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ପାକିସ୍ତାନ କରାଚିରୁ ୪୦୦ କି.ମି. ଦକ୍ଷିଣରେ ଅବସ୍ଥିତ ରହିଛି । ଗତ ୬ ଘଣ୍ଟା ହେଲା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବ । ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବା ଅନୁମାନ କରିଛି ଆଇଏମଡି। ଅକ୍ଟୋବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହିବ ଆରବ ସାଗର । ଗୁଜରାଟ, ଉତ୍ତର ମହାରାଷ୍ଟ୍ର ଓ ପାକିସ୍ତାନ ଉପକୂଳଅକ୍ଟୋବର ୫ ପର୍ଯ୍ୟନ୍ତ ଅତ୍ୟନ୍ତ ଅଶାନ୍ତ ରହିବ ।

Leave a Reply

Your email address will not be published. Required fields are marked *