କିଲର କନଷ୍ଟେବଲ୍ ଦୀପକ ରାଉତ ନିଲମ୍ବିତ, ବାପା ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ଵର: କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ଗୋଟେ ପରେ ଗୋଟେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ଶୁଭମିତ୍ରାଙ୍କ ହତ୍ୟାକାରୀ ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ବଢ଼ିପାରେ ଦୀପକଙ୍କ ଅଡୁଆ । ଦୀପକଙ୍କୁ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି । କମିଶନରେଟ୍ ପୋଲିସ ସହ ଯୋଗାଯୋଗରେ ଅଛୁ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି, ଦୀପକ ଉପରେ…

ଭୁବନେଶ୍ଵର: କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ଗୋଟେ ପରେ ଗୋଟେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ଶୁଭମିତ୍ରାଙ୍କ ହତ୍ୟାକାରୀ ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁକୁ ନେଇ ବଢ଼ିପାରେ ଦୀପକଙ୍କ ଅଡୁଆ । ଦୀପକଙ୍କୁ ନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି । କମିଶନରେଟ୍ ପୋଲିସ ସହ ଯୋଗାଯୋଗରେ ଅଛୁ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି, ଦୀପକ ଉପରେ ନଜର ରଖିଛୁ । ଯଦି କିଛି ତଥ୍ୟ ମିଳେ, ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କଟକ ଗ୍ରାମଞ୍ଚଳ ପୋଲିସ ।

୨୦୨୨ରେ ଦୀପକଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା । ଖୁଣ୍ଟୁଣିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲା ଦୀପକ । କିନ୍ତୁ ମୋ ଭଉଣୀ ୬ମାସର ଗର୍ଭବତୀ ଥିଲା। ସେ ଢେଙ୍କାନାଳରୁ ଭୁବନେଶ୍ୱର ଯିବା ବାଟରେ ତାକୁ ମାରି ଦେଇଥିଲା। ଆଉ ମିଛ ଦୁର୍ଘଟଣାର କାହାଣୀ କହିଥିଲା। ଏଥିରେ ତା ଭାଇ ତା ମା ସାମିଲ୍ ଅଛନ୍ତି ବୋଲି ସାଂଘାତିକ ବୟାନ ଦେଇଛନ୍ତି ମୃତ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଭଉଣୀ । ଅନ୍ୟପଟେ ନିଲମ୍ବିତ ହୋଇଛି କିଲର କନଷ୍ଟେବଲ୍ ଦୀପକ ରାଉତ । ଶୁଭମିତ୍ରା ହତ୍ୟା ମାମଲାରେ ଗିରଫ ପରେ ନିଲମ୍ବନ କଲେ ଡିସିପି । ଦୀପକକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।  

ସେପଟେ ଶୁଭମିତ୍ରାର ମୃତ୍ୟୁକୁ ନେଇ ବାପା ଆଣିଛନ୍ତି ଗୁରୁତର ଅଭିଯୋଗ । କେବଳ ଦୀପକ ନୁହେଁ, ଏହା ପଛରେ ତା ବିଲ୍ଡର ଭାଇ ମାଷ୍ଟରମାଇଣ୍ଡ୍‌ ବୋଲି କହିଛନ୍ତି ଶୁଭମିତ୍ରାଙ୍କ ବାପା । ତାର ମଉସା, ମାଉସୀ, ମାଉସୀ ପୁଅ, ଡାକ୍ତର ଭଣଜା ମଧ୍ୟ ଏଥିରେ ସମ୍ପୃକ୍ତ । ସଠିକ୍‌ ତଦନ୍ତ ହେଲେ ମୋ ଝିଅ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟି ପାରିବ । ପ୍ରଥମ ସ୍ତ୍ରୀକୁ ମାରି ଦୁର୍ଘଟଣାର ରୂପ ଦେଇ ୧.୫ କୋଟି ବୀମା ଟଙ୍କା ପାଇଛି । ମୋ ଝିଅକୁ ଏକତରଫା ପ୍ରେମ କରି ବାହା ହୋଇ କୋଟିଏ ୨୫ ଲକ୍ଷର ବୀମା କରିଛି । ଏହି କେଳେଙ୍କାରୀ ପଛରେ ବୀମା କମ୍ପାନୀ ଲୋକଙ୍କର ବି ହାତ ଥାଇପାରେ । ଏଇଟା ଗୋଟେ ବଂଶମରା ଡାହୁକ, ଫାଶୀ ଦଣ୍ଡ ପାଇବା ଦରକାର ବୋଲି କହିଛନ୍ତି ଶୁବମିତ୍ରାଙ୍କ ବାପା । ସେ ଆହୁରି କହିଛନ୍ତି, ଉପର କୋର୍ଟକୁ ଯିବାକୁ ଆମେ ଅସମର୍ଥ ତେଣୁ ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବି । ୬ ତାରିଖରେ ଏତଲା କରିଥିଲି, ତତ୍‌କ୍ଷଣାତ ଖୋଜିଥିଲେ ଝିଅ ବଞ୍ଚିଯାଇଥାନ୍ତା ବୋଲି କହିଛନ୍ତି ଶୁଭମିତ୍ରାଙ୍କ ବାପା ।

Leave a Reply

Your email address will not be published. Required fields are marked *