ଏନକାଉଣ୍ଟରରେ ଟଳିଲେ ୨ ଅପରାଧି, ଦିଶା ପଟାନୀଙ୍କ ଘର ଉପରକୁ କରିଥିଲେ ଗୁଳିମାଡ

ଗାଜିଆବାଦ: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବାସଭବନ ଦୁଇ ଦୁଇ ଥର ଗୁଳି ମାରି ଫେରାର୍ ମାରିଥିବା ଦୁଇ ଅଭିଯୁକ୍ତ ନିହତ । ଗତକାଲି ଗାଜିଆବାଦର ଟ୍ରୋନିକା ସିଟିରେ ଏକ ଏନକାଉଣ୍ଟରରେ ଏହି ଦୁଇ ଅଭିଯୁକ୍ତ ନିହତ ହୋଇଥିବା ନେଇ ସୂଚନା ମିଳିଛି । ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ), ଦିଲ୍ଲୀ ପୋଲିସ କ୍ରାଇମ ଇଣ୍ଟେଲିଜେନ୍ସ ଯୁନିଟ ଏବଂ ହରିୟାଣା ଏସଟିଏଫର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଥିଲା…

ଗାଜିଆବାଦ: ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବାସଭବନ ଦୁଇ ଦୁଇ ଥର ଗୁଳି ମାରି ଫେରାର୍ ମାରିଥିବା ଦୁଇ ଅଭିଯୁକ୍ତ ନିହତ । ଗତକାଲି ଗାଜିଆବାଦର ଟ୍ରୋନିକା ସିଟିରେ ଏକ ଏନକାଉଣ୍ଟରରେ ଏହି ଦୁଇ ଅଭିଯୁକ୍ତ ନିହତ ହୋଇଥିବା ନେଇ ସୂଚନା ମିଳିଛି । ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ), ଦିଲ୍ଲୀ ପୋଲିସ କ୍ରାଇମ ଇଣ୍ଟେଲିଜେନ୍ସ ଯୁନିଟ ଏବଂ ହରିୟାଣା ଏସଟିଏଫର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଥିଲା ।

ତେବେ ପୋଲିସ ଅନୁସାରେ, ରୋହିତ ଗୋଦାରା-ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗର ସଦସ୍ୟ ଥିବା ଏହି ଦୁଇ ବ୍ୟକ୍ତି ରବିନ୍ଦ୍ର ଓରଫ କଲ୍ଲୁ ଏବଂ ଅରୁଣ ବୋଲି ଚିହ୍ନଟ କରାଯାଇଛି। କଲ୍ଲୁ ହରିୟାଣାର ରୋହତକର ବାସିନ୍ଦା । ଅରୁଣ ସୋନିପତର ବାସିନ୍ଦା ବୋଲି ଜଣାପଡିଛି । ରବିନ୍ଦ୍ର ହରିୟାଣାର ଫତେହାବାଦରେ ପୁଲିସ ଉପରେ ଗୁଳିମାଡ଼ କରିଥିବା ଅନ୍ୟ ଏକ ମାମଲାରେ ଜଡ଼ିତ ଥିଲା । ସେ ପୂର୍ବରୁ ଅନେକ ଅନ୍ୟ ମାମଲାରେ ମଧ୍ୟ ସେ ଅଭିଯୁକ୍ତ ରହିଛି । ଗୁଳିକାଣ୍ଡ ସ୍ଥାନରୁ   ଅପରାଧୀଙ୍କ ବ୍ୟବହୃତ ଏକ ଆପାଚୀ ବାଇକ, ପିସ୍ତଲ, ଏବଂ ପ୍ରଚୁର ପରିମାଣର କାର୍ଟ୍ରିଜ ମଧ୍ୟ ଜବତ କରାଯାଇଛି ।

ସୂଚନା ଅନୁସାରେ, ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଉତ୍ତରପ୍ରଦେଶ ବରେଲୀ ସ୍ଥିତ ଘର ଉପରକୁ ଗତ ସେପ୍ଟେମ୍ବର ୧୩ ଏବଂ ୧୪ରେ ଦୁଇ ଦୁଇ ଥର ଗୁଳିମାଡ଼ ହୋଇଥିଲା । ଏହାପରେ ଗୁଳି ମାଡ଼ କରିଥିବା ସୁଟର୍‌ର ସ୍କେଚ୍‌ ଜାରି କରିଥିଲା ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ପାଞ୍ଚଟି ଟିମ ଗଠନ କରାଯାଇଥିଲା । ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟ୍‌ରେ STFର ରେଡ୍‌ ମଧ୍ୟ ଚାଲିଥିଲା । ଏହି ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା ।

Leave a Reply

Your email address will not be published. Required fields are marked *