ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି

ଭୁବନେଶ୍ଵର: ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି । ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜି ଗୁଡିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି…

ଭୁବନେଶ୍ଵର: ଆସନ୍ତା ୨୦ ତାରିଖ ସୋମବାର ହୋଇପାରେ ଦୀପାବଳି ଛୁଟି । ରାଜସ୍ବ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜି ଗୁଡିକରେ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି ପ୍ରାଞ୍ଜଳଭାବରେ ଉଲ୍ଲେଖ ଅଛି । କିନ୍ତୁ ମୁକ୍ତିଣ୍ଡପ ପଣ୍ଡିତ ମହାସଭାର ବହିଷ୍କୃତ ସଦସ୍ୟ ନିଜକୁ ଆତ୍ମଘୋଷିତ ଜ୍ୟୋର୍ତିବିଦ୍ ବୋଲାଇ କେତେକ ପ୍ରିଣ୍ଟ ମିଡିଆ ଓ ଗଣମାଧ୍ୟମରେ ଦୀପାବଳି ତଥା ଦୀପଦାନ ଶ୍ରାଦ୍ଧକୁ ଅକ୍ଟୋବର ୨୧ ତାରିଖ ମଙ୍ଗଳବାର ଦିନ କରିବା ପାଇଁ ପ୍ରଚାର କରୁଛନ୍ତି ।

ଆସନ୍ତା ଅକ୍ଟୋବର ୨୦ ତାରିଖ ସୋମବାର ଦୀପଦାନ ଶ୍ରାଦ୍ଧ କରାଯିବା ଶାସ୍ତ୍ରସମ୍ମତ । କାରଣ ତା.୨୧.୧୦.୨୦୨୫ ମଙ୍ଗଳବାର ପ୍ରଦୋଷକୁ ଏକ ଦଶ ଦଣ୍ଡ (୨୪ ମିନିଟ୍) ଅମାବାସ୍ୟା ତିଥି ନାହିଁ । ତେଣୁ ତା.୨୧.୧୦.୨୦୨୫ ମଙ୍ଗଳବାର ଦିନ ଦୀପଦାନ ଶ୍ରାଦ୍ଧ କରାଯାଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *