ଭୁବନେଶ୍ଵର: ୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନୂଆ ସହର ରୂପରେଖ ପାଇଁ ସିଙ୍ଗାପୁରର ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ସମସ୍ତ ସୁବିଧା କିପରି ରହିପାରିବ ସେନେଇ ଡିପିଆର ପ୍ରସ୍ତୁତ ହେବ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଚିହ୍ନଟ ହୋଇଥିବା ଜାଗାରେ କିଛି ଜଙ୍ଗଲ ଜମି ଓ ପ୍ରାଇଭେଟ୍ ଜମି ରହିଛି । ଜଙ୍ଗଲ ଜମିରେ ଆବଶ୍ୟକ ହେଲେ ପାର୍କ କିମ୍ବା ସେଭଳି ଜିନିଷ କରାଯିବ । ମେଟ୍ରୋ ମଧ୍ୟ ନୂଆ ସହରକୁ ଛୁଇଁବାକୁ ଯୋଜନା କରାଯାଉଛି । ସେହିପରି ପୁରୁଣା ଭୁବନେଶ୍ବର ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ଆଉଟର ରିଙ୍ଗ ରୋଡ ଏବଂ ସେଣ୍ଟ୍ରାଲ ରିଙ୍ଗ ରୋଡ ପରେ ସହର ଭିଡ଼ କମିବ । ସହରକୁ ସଜାଡିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।
