ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା

ଭୁବନେଶ୍ଵର: ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା । କମିଶନରରେଟ୍ ପୋଲିସ ତରଫରୁ କଟକଣା ଜାରି କରାଯାଇଛି । ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ । ରସୁଲଗଡ଼ରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁଭବନ ଛକ ଭାରିଯାନ ମନା । ସେହିପରି ଆଚାର୍ଯ୍ୟବିହାରରୁ କଳିଙ୍ଗ ହସ୍ପିଟାଲ ଓ ନ୍ୟୁ ଏୟାରପୋର୍ଟ ଛକ,…

ଭୁବନେଶ୍ଵର: ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା । କମିଶନରରେଟ୍ ପୋଲିସ ତରଫରୁ କଟକଣା ଜାରି କରାଯାଇଛି । ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ । ରସୁଲଗଡ଼ରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁଭବନ ଛକ ଭାରିଯାନ ମନା । ସେହିପରି ଆଚାର୍ଯ୍ୟବିହାରରୁ କଳିଙ୍ଗ ହସ୍ପିଟାଲ ଓ ନ୍ୟୁ ଏୟାରପୋର୍ଟ ଛକ, ଜୟଦେବବିହାର ଛକରୁ ନନ୍ଦନକାନନ ଓ ରାଜଭବନ ପର୍ଯ୍ୟନ୍ତ, ସିଆରପି ଛକ ଠାରୁ ପାୱାର ହାଉସ୍‌, ଖଣ୍ଡଗିରିରୁ ପୋଖରୀପୁଟ ପର୍ଯ୍ୟନ୍ତ ଭାରିଯାନ ବାରଣ କରାଯାଇଛି ।

ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା, ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା, ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା, ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା, ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା, ଜୟଦେବ ବିହାର ଛକ ଠାରୁ ରାଜ ଭାବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା, ସି. ଆର.ପି. ଛକ ଠାରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା, ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା, ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା, ଜାତୀୟ ରାଜପଥ – ୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଥିବା ସର୍ଭିସ୍ ରୋଡ଼ ଦେଇ କୌଣସି ଭାରିଯାନ ଚଳପ୍ରଚଳ କରିପାରିବ ନାହିଁ । 

ସେହିପରି ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀ ଯାନ ଗୁଡ଼ିକୁ ଭୁବନେଶ୍ବର ଆଡ଼କୁ ଆସିବାକୁ ଦିଆଯିବ ନାହିଁ । ସେହି ଗାଡ଼ି ଗୁଡ଼ିକ ପିତାପଲି ଛକ ଠାରୁ ବାମ ପଟ ରାସ୍ତା ରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ – ୧୬ ରେ ମିଶିବେ । ସେହିପରି କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥୁବା ଭାରୀ ଯାନ ଗୁଡ଼ିକ ବାଲିକୁଦା ଛକ ଦେଇ ପିତାପଲ୍ଲୀ ଠାରେ ଜାତୀୟ ରାଜପଥ – ୧୬ରେ ମିଶିବେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖ୍ ଆବଶ୍ୟକ ପଡ଼ିଲେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିକ୍ ଠାରୁ ଭାରୀ ଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ । ନୟାପଲ୍ଲୀ ରାବଣ ପୋଡ଼ି ସମୟରେ ଜାତୀୟ ରାଜପଥ – ୧୬ ଦେଇ କଟକ ପଟୁ ଆସୁଥିବା ସମସ୍ତ ଗାଡିଗୁଡିକ (ଭାରୀ ଯାନ ବ୍ୟତୀତ) ଜୟଦେବ ବିହାର ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ- ୮. ଡ଼ିଏଭି ସ୍କୁଲ ଛକ ଦେଇ ସି.ଆର.ପି/ଫାୟାର ଷ୍ଟେସନ ଛକ ଆଡ଼କୁ ଯାଇପାରିବେ । ସେହିପରି ସମସ୍ତ ଗାଡିଗୁଡିକ ସି.ଆର.ପି ଛକ ଠାରୁ ଏକାମ୍ର କାନନ ରାସ୍ତା, ବିଜୁ ପଟ୍ଟନାୟକ କଲେଜ୍‌ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯିବେ ।

ତେବେ ଏହି ଦିନ ମାନଙ୍କରେ କଟକଣା ଗୁଡିକୁ ଦୃଷ୍ଟିରେ ରଖ୍ ଭୁବନେଶ୍ବରକୁ ଆସୁଥୁବା କିମ୍ବା ଭୁବନେଶ୍ବର ଦେଇ ଯିବାକୁ ଚାହୁଁଥିବା ବସ ଗୁଡ଼ିକ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ପୁରୀ ପଟୁ ବରମୁଣ୍ଡା ଆଡ଼କୁ ଆସୁଥିବା ବସ ଗୁଡ଼ିକ ଲିଙ୍ଗିପୁର ଛକ ଠାରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍ ଛକ ଦେଇ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଯାଇପାରିବେ। ସେହିପରି ବରମୁଣ୍ଡା ପଟୁ ପୁରୀ ଆଡ଼କୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ମଧ୍ୟ ଉକ୍ତ ରାସ୍ତାରେ ଯାଇପାରିବେ। କୌଣସି ପ୍ରକାର ବସ୍ ସହର ମଧ୍ୟକୁ ଛଡ଼ାଯିବ ନାହିଁ। ସେହିପରି ପୁରୀ ପଟୁ କଟକ ଆଡ଼କୁ କିମ୍ବା କଟକ ପଟୁ ପୁରୀ ଆଡକୁ ଯାଉଥିବା ସମସ୍ତ ବସ ଗୁଡ଼ିକ ଲିଙ୍ଗିପୁର ଛକ ଦେଇ ବାଇପାସ ରୋଡରେ ଆସି ହାଇଟେକ ଛକ ଠାରେ ଜାତୀୟ ରାଜପଥ ଦେଇ ଯାଇପାରିବେ। ମାଷ୍ଟର କ୍ୟାଣ୍ଟିନ୍ ବସ୍ ଷ୍ଟାଣ୍ଡରୁ କୌଣସି ପ୍ରକାର ବସ୍ (ସରକାରୀ/ବେସରକାରୀ) ବାଣୀ ବିହାର ଛକ କିମ୍ବା ରବି ଟକୀଜ୍ ଛକ ଆଡ଼କୁ ଯାଇପାରିବେ ନାହିଁ। ଉକ୍ତ ଗାଡ଼ି ଗୁଡ଼ିକ କଟକଣା ନଥିବା ସମୟରେ ରାମ ମନ୍ଦିର ଛକ ଦେଇ ହାଉସିଂ ବୋର୍ଡ ଛକ ହୋଇ ଏବଂ ଆଚାର୍ଯ୍ୟ ବିହାର ଛଳରେ ମିସିବେ। ଲିଙ୍ଗରାଜ ମନ୍ଦିର ପଟୁ କୌଣସି ପ୍ରକାର ବସ୍ କଳ୍ପନା ଛକ ଓ ଶିଶୁ ଭବନ ଛକ ଆଡ଼କୁ ଯାଇପାରିବେ ନାହିଁ। ସେହି ବସ୍‌ଗୁଡ଼ିକ ଗ୍ୟାରେଜ୍ ଛକ, ସାମନ୍ତରାପୁର ଦେଇ ଲିଙ୍ଗିପୁର ଆଡ଼କୁ ଯାଇପାରିବେ। 

ତେବେ ଏହି ନିୟମ ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମନାଗମନ ନିମନ୍ତେ ଲାଗୁ କରାଯାଇଛି। ଏହି ନିୟମ ଖୋଲାପ କଲେ ଖୁଲାପକାରୀଙ୍କୁ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ଜୋରିମାନା ଦେବାକୁ ପଡ଼ିବ। ଉପରୋକ୍ତ କଟକଣା ଗୁଡ଼ିକ ପୁଲିସ, ଫାୟାର ବ୍ରିଗେଡେ, ଏକ୍ସସାଇଜ୍, ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡ଼ି ଗୁଡ଼ିକ ପାଇଁ ଲାଗୁ ହେବ ନାହିଁ। 

Leave a Reply

Your email address will not be published. Required fields are marked *