ସରିଲା ସୁଭଦ୍ରା ସମୀକ୍ଷା ବୈଠକ, ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସୁଭଦ୍ରା’ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ମୃତ ଓ ଜୀବିତ ନେଇ ଆମେ ସ୍ବାସ୍ଥ୍ୟ ବିଭାଗ ତଥ୍ୟକୁ ଗ୍ରହଣ କରିବୁ । ଯୋଗାଣ ବିଭାଗ ଦେଇଥିବା ତଥ୍ୟ ଗ୍ରହଣ କରିବୁ ନାହିଁ । ୨ ଲକ୍ଷ ୮୫ ହଜାର ମହିଳାଙ୍କ କ୍ଷେତ୍ରରେ ଫିଲ୍ଡ ଏନ୍‌କ୍ବାରୀ ହେବ । ୧୫ ହଜାର ମହିଳାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ସ୍ବାସ୍ଥ୍ୟ ବିଭାଗ ପ୍ରାୟ…

ଭୁବନେଶ୍ଵର: ସୁଭଦ୍ରା’ ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ମୃତ ଓ ଜୀବିତ ନେଇ ଆମେ ସ୍ବାସ୍ଥ୍ୟ ବିଭାଗ ତଥ୍ୟକୁ ଗ୍ରହଣ କରିବୁ । ଯୋଗାଣ ବିଭାଗ ଦେଇଥିବା ତଥ୍ୟ ଗ୍ରହଣ କରିବୁ ନାହିଁ । ୨ ଲକ୍ଷ ୮୫ ହଜାର ମହିଳାଙ୍କ କ୍ଷେତ୍ରରେ ଫିଲ୍ଡ ଏନ୍‌କ୍ବାରୀ ହେବ । ୧୫ ହଜାର ମହିଳାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ସ୍ବାସ୍ଥ୍ୟ ବିଭାଗ ପ୍ରାୟ ୧୪ ହଜାର ମହିଳାଙ୍କୁ ନେଇ ସର୍ଭେ କରି ସାରିଛି । ପରିବହନ ବିଭାଗକୁ ତଥ୍ୟ ପାଇଁ ଆଉ ୭ ଦିନ ସମୟ ଦିଆଯାଇଛି । କୃଷି ବିଭାଗ ତଥ୍ୟର ଅନୁଧ୍ୟାନ ଚାଲିଛି, ଭାଗ ଚାଷୀ ସୁଭଦ୍ରା ପାଇପାରିବେ । ଖୁବ୍‌ ଶୀଘ୍ର ସୁଭଦ୍ରା ପାଇଁ ଅଭିଯୋଗ ପୋର୍ଟାଲ ଖୋଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅନ୍ୟପଟେ ୧୫ ହଜାର ୯୮୪ ହିତାଧିକାରୀ ମୃତ ହିତାଧିକାରୀ ବାଦ୍ ପଡ଼ିଥିବା ବେଳେ ୧୮୦୫ ଜଣ ଜୀବିତ ଅଛନ୍ତି । ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ । ତେବେ ୩୬ ହଜାର ୭୦୨ ହିତାଧିକାରୀ ଗାଡି କିଣିଥିବା ଯୋଗୁଁ ବାଦ ପଡିଛନ୍ତି । ୨୧ ହଜାର ୩୫ ହିତାଧିକାରୀ ଆୟକର ଦେଉଥିବାରୁ ବାଦ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଧାନ ବିକ୍ରି ପଞ୍ଜିକରଣ ଏବଂ କୃଷକ ଭାବେ ପଞ୍ଜିକରଣ କରି ବାଦ ପଡିଛନ୍ତି ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । 

Leave a Reply

Your email address will not be published. Required fields are marked *