ଧରାପୃଷ୍ଠକୁ ଅବତରଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ, ଗଜଲକ୍ଷ୍ମୀ ପୂଜା ନେଇ ଚଳଚଞ୍ଚଳ ଗାଁଠୁ ସହର

ଭୂବନେଶ୍ଵର: ଚାଲିଛି ପାର୍ବଣ ଋତୁ । ଆଜି ଗଜଲକ୍ଷ୍ମୀ ପୂଜା। ଜଗତଜନନୀଙ୍କ ମା’ ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର ନେଇ ବିରାଜିବ ମାଆ, ଲକ୍ଷ୍ମୀ। ଘଣ୍ଟ ଘଣ୍ଟା, ଶଙ୍ଖନାଦରେ କମ୍ପିବ ଗଗନ ପବନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ…

ଭୂବନେଶ୍ଵର: ଚାଲିଛି ପାର୍ବଣ ଋତୁ । ଆଜି ଗଜଲକ୍ଷ୍ମୀ ପୂଜା। ଜଗତଜନନୀଙ୍କ ମା’ ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର ନେଇ ବିରାଜିବ ମାଆ, ଲକ୍ଷ୍ମୀ। ଘଣ୍ଟ ଘଣ୍ଟା, ଶଙ୍ଖନାଦରେ କମ୍ପିବ ଗଗନ ପବନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ବେଶ ଧୂମଧାମରେ ପାଳନ ହେଉଛି ଗଜଲକ୍ଷ୍ମୀ ପୂଜା। କେଉଁଠି ୧୦ ଦିନ ତ କେଉଁଠି ୭ ଦିନ ଧରି ପୂଜା ପାଇବେ ମା’ ଲକ୍ଷ୍ମୀ। ରାଜଧାନୀ ଭୁବନେଶ୍ବରଠୁ ନେଇ ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଜୋରଦାର ପ୍ରସ୍ତୁତି ହୋଇଛି।

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଢେଙ୍କାନାଳ । ଏହା ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମନ୍ଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମନ୍ଦିର, ନୃସିଂହ ଓ ଲକ୍ଷ୍ମୀମୂର୍ତ୍ତି ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା । ପ୍ରଥମ ଥର ପାଇଁ ଢେଙ୍କାନାଳରେ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର) ଠାରେ ପୂଜା ଆରମ୍ଭ ହୋଇଥିଲା ।

ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି। ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ। ଏଥିପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ। ଓଡିଆ ପରମ୍ପରାରାରେ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। ମା’ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ। ତେଣୁ କରି ଦୁର୍ଗାପୂଜା ପରେ ଓଡିଶାର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ବେଶ ଧୂମଧାମରେ ପାଳନ କରାଯାଏ। 

Leave a Reply

Your email address will not be published. Required fields are marked *