ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

ଭୁବନେଶ୍ଵର: ବିଜେଡି‌ରେ ପୁଣି ହଟଚମଟ। ବିଜେଡିରୁ ଇସ୍ତଫା ଦେଲେ ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମରିକା । ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।…

ଭୁବନେଶ୍ଵର: ବିଜେଡି‌ରେ ପୁଣି ହଟଚମଟ। ବିଜେଡିରୁ ଇସ୍ତଫା ଦେଲେ ରାୟଗଡ଼ାର ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମରିକା । ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ତେବେ ଏନ୍‍.ଭାସ୍କର ରାଓ ଇସ୍ତଫା ଦେବା ସହ ବିଜୁ ସ୍ୱାଭିମାନ ମଞ୍ଚ ଗଠନ ନେଇ ସେ ସୂଚନା ଦେଇଛନ୍ତି । ଏହି ଦଳରେ ପୂର୍ବତନ ଆଦିବାସୀ ମନ୍ତ୍ରୀ ତଥା ଉପବାଚସ୍ପତି ଲାଲବିହାରୀ ହିମିରିକା ଓ ବରିଷ୍ଠ ସଂଗଠକ ଗଙ୍ଗାଧର ପୁଆଲା ଯୋଗ ଦେବେ।

ସୂଚନା ଅନୁସାରେ ବିଜେଡିର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ ଭାସ୍କର ରାଓ । ସାମ୍ବାଦିକ ସମ୍ମିଳନୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲା ସଭାପତି ଚୟନ ନେଇ ଅସନ୍ତୁଷ୍ଟ ଥିଲେ ଏନ୍‍.ଭାସ୍କର ରାଓ । ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି, ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । ଆମେ ନବୀନ ବିରୋଧୀ ନୁହେଁ, କିନ୍ତୁ ବିଜୁ ପ୍ରେମୀ । କର୍ମୀ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ ।

Leave a Reply

Your email address will not be published. Required fields are marked *