ଏଥର ଭିଜିବ ଦଶହରା, ଆସୁଛି ତିନି ତନୋଟି ଲଘୁଚାପ

ଭୁବନେଶ୍ଵର: ବର୍ଷାରେ ଭିଜିବ ଦଶହରା । ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ପୁଣି ରାଜ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାର୍ବଣ ଋତୁ ବର୍ଷାରେ ଭିଜିପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୨୩, ୨୬ ଓ ୩୦ରେ ପଛକୁ ପଛ ତିନିଟି ଲଘୁଚାପ ସୃଷ୍ଟି ହୋଇପାରେ । ୨୬ ତାରିଖରୁ ବଦଳିବ ପାଗ । ୨୯ ଯାଏଁ ସାରା…

ଭୁବନେଶ୍ଵର: ବର୍ଷାରେ ଭିଜିବ ଦଶହରା । ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ପୁଣି ରାଜ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାର୍ବଣ ଋତୁ ବର୍ଷାରେ ଭିଜିପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୨୩, ୨୬ ଓ ୩୦ରେ ପଛକୁ ପଛ ତିନିଟି ଲଘୁଚାପ ସୃଷ୍ଟି ହୋଇପାରେ । ୨୬ ତାରିଖରୁ ବଦଳିବ ପାଗ । ୨୯ ଯାଏଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ରହିଛି । ବିଶେଷ କରି ୨୭ ଓ ୨୮ରେ ଅଧିକ ବର୍ଷିବା ସମ୍ଭାବନା ରହିଛି । 

୨୩ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାର ପ୍ରଭାବରେ ରାଜ୍ୟରେ କିଛି ପରିମାଣରେ ବର୍ଷା ହେବ । ତାପରେ ୨୬ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ଘନୀଭୂତ ହୋଇ ୨୭ରେ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ତାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୭ ତାରିଖ ରାତି ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବ । ସେହିପରି ୩୦ ତାରିଖରେ ଉତ୍ତର ବଙ୍ଗୋପସଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *