ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୬ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ସବୁ ରାକ୍ଷୀ ପୂର୍ଣ୍ଣିମାରେ ମୋ ପାଇଁ ଲତା ଦିଦି ରାକ୍ଷୀ ପଠାଉଥିଲେ । ସବୁ କ୍ଷେତ୍ରରେ ନାରୀଶକ୍ତି ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ତେବେ କାର୍ଯ୍ୟକ୍ରମରେ ନ୍ୟାଭିର ୨ ମହିଳା କମାଣ୍ଡରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଝଡ଼ ତୋଫାନ ଭିତରେ କିପରି କାର୍ଯ୍ୟ ହୁଏ ତାହା ପଚାରି ବୁଝିଲେ । ଧୈର୍ଯ୍ୟର ସହ କାମ କଲେ ମହିଳାଙ୍କ ପାଇଁ କିଛି ଅସାଧ୍ୟ ନୁହେଁ ବୋଲି କହିଛନ୍ତି ମୋଦି ।
ସେହିପରି କାର୍ଯ୍ୟକ୍ରମରେ ଦୀଲ୍ନା ଓ ରୁପାଙ୍କୁ ସାହସିକତା ପାଇଁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ । କୋଲକାତାର ଦୁର୍ଗା ପୂଜା ୟୁନେସ୍କୋର ତାଲିକାରେ ସାମିଲ ହୋଇଛି । ଛଟ୍ ମହାପର୍ବକୁ ୟୁନ୍ସ୍କୋ ତାଲିକାରେ ସାମିଲ ପାଇଁ ଉଦ୍ୟମ ଚାଲିଛି । ତେବେ ପାଖେଇ ଆସୁଛି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ, ସମସ୍ତେ ସ୍ବଦେଶୀ ଆପଣାନ୍ତୁ ବୋଲି କହିଛନ୍ତି ମୋଦି । ଅତିକମ୍ରେ ଖଣ୍ଡେ ଖଦି ସାମଗ୍ରୀ କିଣି ସ୍ବଦେଶୀ ଯାତ୍ରାରେ ସାମିଲ ହୁଅନ୍ତୁ । ବିଜୟା ଦଶମୀର ଗୁରୁତ୍ବ ନେଇ ମଧ୍ୟ ବାର୍ତ୍ତା ଓ ପ୍ରେରଣା ଦେଲେ ମୋଦି ।
୧୯୨୫ରେ ଆଜିକୁ ଶହେ ବର୍ଷ ତଳେ ବିଜୟାଦଶମୀରେ RSSର ଜନ୍ମ । ସେବା ଓ ତ୍ୟାଗର ଭାବନା ନେଇ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଣାମ । ଭୂପେନ ହଜାରିକାଙ୍କ ସଙ୍ଗୀତର ଅଡିଓ ଶୁଣାଇବା ସହ ଭୂରି ଭୂରି ପ୍ରଶଂସା କଲେ । GST ସଞ୍ଚୟ ଉତ୍ସବରେ ଭୋକାଲ ଫର୍ ଲୋକାଲ୍ ହେବାକୁ ଆହ୍ବାନ । ପାର୍ବଣରେ ଯାହା ସ୍ବଦେଶରେ ତିଆରି ହୋଇଛି ତାହା କିଣାକିଣି କରନ୍ତୁ । ଦୀପାବଳି ପାଇଁ ଶୁଭକାମନା ସହ ଆତ୍ମନିର୍ଭର ହେବାକୁ ଆହ୍ବାନ ଦେଲେ ମୋଦି ।
ନିକଟରେ ଆସାମର ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କର ଦେହାନ୍ତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଜୁବୀନ ଗର୍ଗଙ୍କ ଅକାଳ ବିୟୋଗରେ ଲୋକମାନେ ଶୋକ କରୁଛନ୍ତି । ଜୁବୀନ ଗର୍ଗ ଜଣେ ପ୍ରସିଦ୍ଧ ଗାୟକ ଥିଲେ ଯିଏ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଆସାମୀସ୍ ସଂସ୍କୃତି ସହିତ ଗଭୀର ସମ୍ପର୍କ ଥିଲା । ଜୁବୀନ ଗର୍ଗ ସବୁବେଳେ ଆମ ଭିତରେ ରହିବେ।”
