ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର, କମିଲା ଏହି ସବୁ ଜିନିଷର ଦର

ନୂଆଦିଲ୍ଲୀ: ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭେଟି । ଏଣିକି କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା । ୧୨% ଓ ୨୮% ଜିଏସ୍‌ଟି ସ୍ଲାବ୍ ସଂପୂର୍ଣ୍ଣ ଉଚ୍ଛେଦ । ଅଧିକାଂଶ ସାମଗ୍ରୀ ଶସ୍ତା, ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ ଟିକସ । ନୂଆଦିଲ୍ଲୀ: ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ ।…

ନୂଆଦିଲ୍ଲୀ: ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭେଟି । ଏଣିକି କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା । ୧୨% ଓ ୨୮% ଜିଏସ୍‌ଟି ସ୍ଲାବ୍ ସଂପୂର୍ଣ୍ଣ ଉଚ୍ଛେଦ । ଅଧିକାଂଶ ସାମଗ୍ରୀ ଶସ୍ତା, ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ ଟିକସ । ନୂଆଦିଲ୍ଲୀ: ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭେଟି । ଏଣିକି କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା । ୧୨% ଓ ୨୮% ଜିଏସ୍‌ଟି ସ୍ଲାବ୍ ସଂପୂର୍ଣ୍ଣ ଉଚ୍ଛେଦ । ଅଧିକାଂଶ ସାମଗ୍ରୀ ଶସ୍ତା, ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ ଟିକସ ।

ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରେ ହୋଇଛି ବଡ଼ ହ୍ରାସ। ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ନମକିନ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଲହୁଣି, ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଔଷଧ ଓ ବିଭିନ୍ନ କୃଷି ଯନ୍ତ୍ରପାତି ବି ଶସ୍ତା ହୋଇଛି। ଏସବୁ ଆଜିଠୁ ୫ ପ୍ରତିଶତ ଜିଏସଟି ସ୍ଲାବରେ ସାମିଲ ହୋଇଛି। ସେହିଭଳି ଜୀବନ ବୀମା, ସ୍ବାସ୍ଥ୍ୟବୀମା, ଛେନା, ପନୀର, ରୁଟି, ପିଜା ବ୍ରେଡ, ପାଉଡର କ୍ଷୀର, ପରଟା, ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବର ଆଜିଠୁ ଜିରୋ ଜିଏସଟି। ଅର୍ଥାତ ଏସବୁ ସାମଗ୍ରୀ ଉପରେ ଆଉ ଜିଏସଟି ଦେବାକୁ ପଡ଼ିବ ନାହିଁ। ତେବେ ନୂଆ ୪୦ ପ୍ରତିଶତ ଜିଏସଟି ସ୍ଲାବକୁ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଲାଗୁ କରାଯାଇଛି। ସେହି ଜିନିଷଗୁଡ଼ିକ ହେଉଛି ପାନ ମସଲା, ସିଗାରେଟ୍ , ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସ୍ ଇତ୍ୟାଦି। ନୂଆ ଜିଏସଟି ହାର ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ସେକ୍ଟରକୁ ଦେଇଛି ବଡ଼ ଉତ୍ସାହ। ଆଜିଠୁ ଶସ୍ତା ହେଲା ଟିଭି, ଏୟାର କଣ୍ଡିସନର, ବାଇକ୍, ପେଟ୍ରୋଲ-ଏଲପିଜି ଓ ସିଏନଜି କାର, ଅଟୋ ପାର୍ଟ୍ସ, ମନିଟର ଓ ପ୍ରୋଜେକ୍ଟର ଏବଂ ସିମେଣ୍ଟ। ଏହି ସାମଗ୍ରୀ ଉପରେ GST ୨୮%ରୁ ୧୮କୁ ହ୍ରାସ କରାଯାଇଛି।

Leave a Reply

Your email address will not be published. Required fields are marked *