ନୂଆଦିଲ୍ଲୀ: GST କାଉନସିଲ୍ ବୈଠକରେ ବଡ଼ ନିଷ୍ପତ୍ତି । ଏବେ ସାରାଦେଶରେ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ । ଏବେ GSTରେ କେବଳ ଦୁଇଟି ସ୍ଲାବ୍ ରହିବ। ୧୨ ଓ ୨୮ ପ୍ରତିଶତ ସ୍ଲାବ୍ ବନ୍ଦ କଲେ କେନ୍ଦ୍ର ସରକାର। ଆସନ୍ତା ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ୍। ସୌଖୀନ ଓ ତମାଖୁ ଜାତ ସାମଗ୍ରୀ ଉପରେ ୪୦% ସ୍ଲାବ୍ । ଏବେ ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ । ଛେନା, ପନିର୍ ଓ ପାଉଁରୁଟି ଉପରେ GST ନାହିଁ । ପ୍ରେସ୍ ମିଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା ।
୨୩ଟି ଜୀବନରକ୍ଷାକାରୀ ଔଷଧ ଉପରେ GST ନାହିଁ । ସାଧାରଣ ଲୋକ, ଉଦ୍ୟୋଗୀ ଓ ଚାଷୀ ହେବେ ଉପକୃତ। କାର ଓ ବାଇକ ଉପରେ ୧୮ ପ୍ରତିଶତ ଜିଏସଟି । ବ୍ୟକ୍ତିଗତ ଜୀବନବୀମା ଉପରେ ଲାଗିବ ନାହିଁ GST । ପାନ ମସଲା, ଗୁଟଖା, ସିଗାରେଟ ଉପରେ ସର୍ବାଧିକ ୪୦ ପ୍ରତିଶତ GST । ଏସି ଓ କାର ଉପରେ ୧୮ ପ୍ରତିଶତ ଜିଏସଟି । ପାସ୍ତା ଓ ନୁଡୁଲ୍ସ ଉପରେ ୫ ପ୍ରତିଶତ GST । କୃଷି ଯନ୍ତ୍ରପାତି ଉପରେ ମାତ୍ର ୫ ପ୍ରତିଶତର GST । ମୃଦୁପାନୀୟ ଉପରେ ୪୦ ପ୍ରତିଶତ GST । ଚମଡା ଓ ଗ୍ରାନାଇଟ ଉତ୍ପାଦ ଉପରେ ୫ ପ୍ରତିଶତ GST ।
