ସୁରକ୍ଷିତ ପାର୍ବଣ, ସମ୍ଭାବ୍ୟ ବର୍ଷାକୁ ଆଖିରେ ରଖି ଆଗୁଆ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ମାମଲା । ସୁରକ୍ଷିତ ପାର୍ବଣ ଉପରେ ଗୁରୁତ୍ୱ ଦେଲେ ହାଇକୋର୍ଟ । ଦଶହରା ତୋରଣଗୁଡିକର ସଠିକ୍‌ ଭାବେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସମ୍ଭାବ୍ୟ ବର୍ଷାକୁ ଆଖିରେ ରଖି ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧୧୭ଟି ମଣ୍ଡପରେ ନିରୀକ୍ଷଣ ସରିଛି ଜଣାଇଲେ ପୂର୍ତ୍ତ ବିଭାଗ ଅଧିକାରୀ । ଭସାଣ ରୁଟ୍‌ରେ ଆମ୍ବୁଲାନ୍ସ, ଦମକଳ ରଖାଯିବ…

କଟକ: ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ମାମଲା । ସୁରକ୍ଷିତ ପାର୍ବଣ ଉପରେ ଗୁରୁତ୍ୱ ଦେଲେ ହାଇକୋର୍ଟ । ଦଶହରା ତୋରଣଗୁଡିକର ସଠିକ୍‌ ଭାବେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସମ୍ଭାବ୍ୟ ବର୍ଷାକୁ ଆଖିରେ ରଖି ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧୧୭ଟି ମଣ୍ଡପରେ ନିରୀକ୍ଷଣ ସରିଛି ଜଣାଇଲେ ପୂର୍ତ୍ତ ବିଭାଗ ଅଧିକାରୀ । ଭସାଣ ରୁଟ୍‌ରେ ଆମ୍ବୁଲାନ୍ସ, ଦମକଳ ରଖାଯିବ ହାଇକୋର୍ଟଙ୍କୁ ଜଣାଇଲେ ଡିସିପି ।

ତେବ ୧୧୭ଟି ପୂଜା ମଣ୍ଡପରେ ନିରୀକ୍ଷଣ କାମ ସରିଛି ବୋଲି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ପୂର୍ତ୍ତ ବିଭାଗ ଅଧିକାରୀ, ତଥାପି ଇଲେକ୍ଟ୍ରିକ୍ ଗେଟ୍  ଏବଂ ରୋଡ଼କ୍ରସ୍ ଗେଟ୍ ଗୁଡିକର ପୁନଃ ନିରୀକ୍ଷଣ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ସେହିପରି ଭାଙ୍ଗିରୁଜି ଯାଇଥିବା ରାସ୍ତାଘାଟର ମରାମତି କାମ କେତେଦୂର ଆଗେଇଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ ଯାହାର ଉତ୍ତରରେ ସିଏମସି କହିଛି ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ କାମ ସରିଛି ଏବଂ ପୂର୍ତ୍ତ ବିଭାଗ ଆଗାମୀ ୨ ଦିନ ଭିତରେ ସମସ୍ତ ମରାମତି କାମ ସାରିବ ବୋଲି ଗୁରୁବାର ଉଭୟ ବିଭାଗ ପକ୍ଷରୁ ସତ୍ୟପାଠ ଜରିଆରେ କୋର୍ଟଙ୍କୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *