ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ; GDPରେ ଅଭିବୃଦ୍ଧି

ନୂଆଦିଲ୍ଲୀ: ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି ପାଇଁ ଗୋଟିଏ ଭଲ ଖବର ଆସିଛି। ଆଶା ଠାରୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଅଧିକ ହୋଇଛି। ପ୍ରଥମ ତ୍ରୈମାସିକରେ ମୋଟ୍ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ୭.୮% । ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ତଥ୍ୟ । ଗତବର୍ଷ ପ୍ରଥମ ତ୍ରୈମାସିକରେ GDP ଗ୍ରୋଥ୍ ରେଟ୍ ୬.୫% ଥିଲା । ପ୍ରଥମ କ୍ବାର୍ଟରେର ୬.୫-୭% ଅଭିବୃଦ୍ଧି ଆକଳନ କରାଯାଇଥିଲା ।…

ନୂଆଦିଲ୍ଲୀ: ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି ପାଇଁ ଗୋଟିଏ ଭଲ ଖବର ଆସିଛି। ଆଶା ଠାରୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଅଧିକ ହୋଇଛି। ପ୍ରଥମ ତ୍ରୈମାସିକରେ ମୋଟ୍ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ୭.୮% । ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ତଥ୍ୟ । ଗତବର୍ଷ ପ୍ରଥମ ତ୍ରୈମାସିକରେ GDP ଗ୍ରୋଥ୍ ରେଟ୍ ୬.୫% ଥିଲା । ପ୍ରଥମ କ୍ବାର୍ଟରେର ୬.୫-୭% ଅଭିବୃଦ୍ଧି ଆକଳନ କରାଯାଇଥିଲା । ନିର୍ମାଣ, ସର୍ଭିସ୍, ମାଇନିଂ, କୃଷି କ୍ଷେତ୍ରରେ ଭଲ ଅଭିବୃଦ୍ଧି ଘଟିଛି । ଭାରତ ପୁଣି ଥରେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିର ଆଖ୍ୟା ବଜାୟ ରଖିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପ୍ରିଲରୁ ଜୁନ କ୍ୱାର୍ଟରରେ ଚାଇନାର ଅଭିବୃଦ୍ଧି ୫.୨% ରହିଥିବା ବେଳେ ଭାରତ ୭.୮% ବେଗରେ ଆଗକୁ ଯାଉଛି। ଏହାର ଅର୍ଥ ଭାରତ ଦ୍ରୁତଗତିରେ ଆଗକୁ ଯାଉଥିବା ଗୋଟିଏ ଅର୍ଥନୀତିକ ରାଷ୍ଟ୍ରରେ ପରିଣତ ହୋଇଛି। ଏପରି ଅଭିବୃଦ୍ଧି ସେବା ଓ କୃଷି କ୍ଷେତ୍ରରେ ମିଳିଥିବା ସଫଳତା ପାଇଁ ସମ୍ଭବ ହୋଇଛି। ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୯.୩% ରହିଥିବା ବେଳେ କୃଷି କ୍ଷେତ୍ରରେ ଏହା ୩.୭% ରହିଛି। ଗତବର୍ଷ ଏପ୍ରିଲରୁ ଜୁନ କ୍ୱାର୍ଟରରେ ସେବା କ୍ଷେତ୍ରର ଅଭିବୃଦ୍ଧି ୬.୮% ଓ କୃଷି କ୍ଷେତ୍ରର ଅଭିବୃଦ୍ଧି ୧.୫% ହୋଇଥିଲା। ସେହିପରି ଗତବର୍ଷ ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହ୍ରାସ ପାଇଛି। ଗତବର୍ଷ ଏହା ୧୦.୧% ରହିଥିବା ବେଳେ ଚଳିତ କ୍ୱାର୍ଟରରେ ୭.୬%କୁ ଖସି ଆସିଛି

ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ତ୍ରୈମାସରେ ନୋମିନାଲ୍ ଜିଡିପିରେ ୮.୮% ଅଭିବୃଦ୍ଧି ରହିଛି । କୃଷି ଏବଂ ଏହା ସହ ଜଡ଼ିତ କ୍ଷେତ୍ରଗୁଡ଼ିକରେ ରିୟଲ୍ GVA ଅଭିବୃଦ୍ଧି ହାର ୩.୭ ପ୍ରତିଶତ ରହିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୈମାସିକରେ ୧.୫ ପ୍ରତିଶତ ଅଭିବୃଦ୍ଧି ଥିଲା । ସେକେଣ୍ଡ୍ରି ସେକ୍ଟର, ବିଶେଷକରି ଉତ୍ପାଦନ କ୍ଷେତ୍ରରେ ୭.୭ ପ୍ରତିଶତ ଏବଂ ନିର୍ମାଣ ୭.୬ ପ୍ରତିଶତ ଅଭିବୃଦ୍ଧି ରହିଛି । ଖନନ କ୍ଷେତ୍ରରେ -୩.୧ ପ୍ରତିଶତ ଓ ବିଜୁଳି, ଗ୍ୟାସ, ଜଳ ଯୋଗାଣ ଓ ଅନ୍ୟ ଉପଯୋଗୀ ସେବା କ୍ଷେତ୍ରରେ ୦.୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି ।।

Leave a Reply

Your email address will not be published. Required fields are marked *